www.samajalive.in
Saturday, December 6, 2025
16.1 C
Bhubaneswar

ସୀମାଞ୍ଚଳ ଏକ୍ସପ୍ରେସ ଲାଇନଚ୍ୟୁତ, ୭ମୃତ ବହୁ ଯାତ୍ରୀ ଆହତ

ବିହାର : ବିହାରର ବୈଶାଳୀ ଜିଲା ଶାହାଦାଇ ବୁଜୁର୍ଗରେ ଏକ ଅଭାବନୀୟ ଘଟଣା ଘଟିଛି।  ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି ଲାଇନଚ୍ୟୁତ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି। ବହୁ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିହାରର ଯୋଗବାଣୀରୁ ନୂଆଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲକୁ ଯାଉଥିବା ଏହି ସୁପରଫାଷ୍ଟ ଏକ୍ସପ୍ରେସ ଶନିବାର ବିଳମ୍ବିତ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଜେନେରାଲ ବଗି, ଗୋଟିଏ ଏସି ବଗି ଏବଂ ସ୍ଲିପର ବଗି ସହ ଅନ୍ୟ ୪ଟି ବଗି ଲାଇଚ୍ୟୁତ ହୋଇଥିବା ଜଣାପଡ଼ିଛି। ଓଲଟି ପଡ଼ିଥିବା ବଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସୋନପୁର ଓ ବରାଉଣିରୁ ଡ଼ାକ୍ତରୀ ଦଳ ରହିଛନ୍ତି। ଏହି ରୁଟର ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories