www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିକାଣ୍ଡରେ ୧୬ ବଖରା ଭସ୍ମୀଭୂତ, ଜଣେ ଗୁରୁତର

ବାରିପଦା : କରଞ୍ଜିଆ ବ୍ଲକ୍ ବିସ୍ଥାପିତଙ୍କ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶିମିଳିପାଳରୁ ବିସ୍ଥାପିତ ଖଡ଼ିଆ ଓ ମାଙ୍କିଡ଼ିଆ ସଂପ୍ରଦାୟଙ୍କ ବସ୍ତି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏଥିରେ ୧୬ ବଖରା ପାଉଁଶ ହୋଇଯିବା ସହ ଜଣେ ବସ୍ତିବାସିନ୍ଦା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories