ହାରଭଙ୍ଗା : ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ରାଧାନଗର ଛକରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବୌଦ୍ଧ ଜିଲାର କୃଷି ଉପ-ନିର୍ଦେଶକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ମନୋରଞ୍ଜନ ମଲ୍ଲିକ। ସଡକ ଦୁର୍ଘଟଣାରେ ଗାଡି ଚାଳକ ଓ ପିଅନ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ସମସ୍ତେ ଭୁବନେଶ୍ବରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବୌଦ୍ଧ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲା କୃଷି ଉପ-ନିର୍ଦେଶକଙ୍କ ମୃତ୍ୟୁ
Popular Categories



