ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ବନକଲାଗି ନୀତି ଅନୁଷ୍ଠିତ ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଏହିକାରଣରୁ ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୮ଟା ଅର୍ଥାତ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମାତ୍ର ଭକ୍ତମାନେ ସେହି ସମୟରେ ବେଢାରେ ଦର୍ଶନ କରିବେ।
Popular Categories



