www.samajalive.in
Saturday, December 6, 2025
23.1 C
Bhubaneswar

ଅଗ୍ନିକାଣ୍ଡରେ ୧୬ଟି ପରିବାର ସର୍ବଶ୍ବାନ୍ତ

ସୋରଡା: ଅଗ୍ନିକାଣ୍ଡରେ ୧୬ଟି ପରିବାରର ୪୦ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲା ସୋରଡ଼ା ସହରର ଖଦାଳ ସାହିରେ ଘଟିଛି। ଶୁକ୍ରବାର ଭୋର ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିର ପ୍ରକୋପ ଏତେ ଉଗ୍ର ଥିଲା ଯେ ତାହା ସଙ୍ଗେ ସଙ୍ଗେ ପାଖ ଘର ଗୁଡିକୁ ବ୍ୟାପି ଯାଇଥିଲା। ଘର ଗୁଡିକ ପରସ୍ପରକୁ ଲାଗି ରହିଥିବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନଥିଲା।  ସୋରଡାରୁ ଦମକଳ ବାହିନୀ ଯାଇ ନିଆଁ ଲିଭାଇଲା ବେଳକୁ ୧୬ଟି ପରିବାରର ୪୦ ବଖରା ଘରଗୁଡିକ ପୋଡ଼ି ପାଉଁଶ ହୋଇ ଯାଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ହଠାତ ଖଦାଳ ସାହିରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରର ଚାଳରୁ ନିଆଁ ଉଠି ଏହା ସମଗ୍ର ଗାଁକୁ ବ୍ୟାପି ଯାଇଥିଲା। ଲୋକମାନେ ନିଦରେ ଶୋଇଥିବା ଯୋଗୁଁ କିଛି ବୁଝିବା ପୂର୍ବରୁ ନିଆଁ ଗାଁର ୧୬ଟି ପରିବାର ୪୦ ବଖରା ଘରକୁ ବ୍ୟାପି ଯାଇଥିଲା। ଲୋକମାନେ ନିଜସ୍ୱ ଉଦ୍ୟମରେ କୂଅ, ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଦମକଳ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ। ତହସିଲଦାର, ପୁଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନମାନଙ୍କୁ ସାହାର୍ଯ୍ୟ କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories