www.samajalive.in
Friday, December 5, 2025
26.1 C
Bhubaneswar

ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ

ଗଞ୍ଜାମ: ଗଞ୍ଜାମ ପୁଲିସ ପୁଣି ଏକ ଏନକାଉଣ୍ଟର କରିଛି। ଚମlଖଣ୍ଡି ପୁଲିସ ଦ୍ୱାରା ଏହି ଏନକାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ଅପରାଧୀ ହେଲେ ମନୋଜ ସାହୁ ଓ ବିଶ୍ୱଜିତ ବାରିକ। ଦୁଇ ଜଣଙ୍କ ଡାହାଣ ଗୋଡ​‌ରେ ଗୁଳି ବାଜିଥିବା ଜଣା ପଡିଛି। ସେମାନଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରୁ ୧ଲକ୍ଷ ୫୦ହଜାର ଟଙ୍କା ସହ ଦୁଇଟି ପିସ୍ତଲ ଓ ଚାରୋଟି ଗୁଳି ଜବତ ହୋଇଛି।

ସୂଚନାଯୋଗ୍ୟ ଯେ, ଚମାଖଣ୍ଡି ପୁଲିସ ଦୁଇ ଜଣଙ୍କୁ ଦେଖି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସର ପାଲଟା ଗୁଳିରେ ସେମାନଙ୍କ ଗୋଡରେ ଗୁଳି ବାଜିଛି। ମନୋଜର ଘର ପୋଲସରା ଓ ବିଶ୍ୱଜିତର ଘର ଖୋର୍ଦ୍ଧା ଜ଼ିଲା କାଇପଦର ବୋଲି ଜଣା ପଡିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଥିବାର ଜଣା ପଡିଛି। ଚମାଖଣ୍ଡି ପେଟ୍ରୋଲ ପମ୍ପ ଡକାୟତିରେ ଦୁଇ ଜଣ ସଂପୃକ୍ତ ଥିବାର ଅଭିଯୋଗ ରହିଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories