www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗୁଳିରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଘଟଣା। ପୁଲିସ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଟ୍ରାଲ୍‍ ଅଞ୍ଚଳ ସ୍ଥିତ ଲୁରାଗ୍ରାମ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ରାତି ୯ଟାରେ ଗୁଳି ବର୍ଷଣ କରିଥିଲେ। ସେତେବେଳେ ଏନ୍‍ ଗାମସିଆମିଲିଆନା ନାମକ ଜଣେ ସିପାହୀ କ୍ୟାମ୍ପର ସୁରକ୍ଷା ଦାୟିତ୍ୱରେ ଥିଲେ। ଆତଙ୍କବାଦୀ ଗୁଳି ସିଧା ତାଙ୍କର ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଟି ଧନଞ୍ଜୟ ନାମକ ଅନ୍ୟ ଜଣେ ସିପାହୀ ସାମାନ୍ୟ ଆହତ ହୋଇଛନ୍ତି। ଗତ ୨୧ ତାରିଖରେ ପୁଲ୍‍ୱାମା ଜିଲାରେ ସିଆରପିଏଫ୍‍ କ୍ୟାମ୍ପରେ ଆତଙ୍କବାଦୀ ଗୁଳିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories