www.samajalive.in
Saturday, December 6, 2025
19.1 C
Bhubaneswar

୨୦୨୨ରେ ମହାକାଶକୁ ମାନବ ପ୍ରେରଣ କରିବ ପାକିସ୍ତାନ

ଇସଲାମାବାଦ୍‍: ୨୦୨୨ରେ ପାକିସ୍ତାନ ମହାକାଶକୁ ମାନବ ପ୍ରେରଣ କରିବାକୁ ଯାଉଛି। ଏଥିପାଇଁ ପାକିସ୍ତାନ ଚୀନ୍‍ ସହାୟତାରେ ପ୍ରକ୍ରିୟା ଆରମ୍ଭ କରିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ୍‍ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଚୀନ୍‍ ଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ କ୍ୟାବିନେଟ୍‍ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି। ଭାରତ ମଧ୍ୟ ୨୦୨୨ରେ ମହାକାଶକୁ ମାନବ ପ୍ରେରଣ କରିବାକୁ ଯାଉଥିବାରୁ ପାକିସ୍ତାନ ସେହି ବର୍ଷ ହିଁ ତାର ମିଶନ୍‍ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି।
ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଏହି ମିଶନ୍‍ ପାଇଁ ପାକିସ୍ତାନ ସ୍ପେଶ୍‍ ଆଣ୍ଡ ଅପର ଆଟମୋଶଫିୟର ରିସର୍ଚ୍ଚ କମିଶନ୍‍ ଓ ଚୀନ୍‍ ପ୍ରତିପକ୍ଷ ସହିତ ଚୁକ୍ତି ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ ସହାୟତାରେ ପାକିସ୍ତାନ ଦୁଇଟି ସାଟେଲାଇଟ୍‍ ମହାକାଶକୁ ପ୍ରେରଣ କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories