www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିକାଣ୍ଡରେ ୬ ପରିବାର ସର୍ବସ୍ବାନ୍ତ

ଧାମନଗର: ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ଖଡିମାହାରା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଗ୍ରାମର ତପନ ପଣ୍ଡା, ଧର୍ମେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ପୃଥିରାଜ ପଣ୍ଡା ଓ ଗୋବିନ୍ଦ ପଣ୍ଡାଙ୍କ ମୋଟ ୧୦ଟି ଘର ପୋଡି ଯାଇଛି। ସେମାନଙ୍କର ଚାଳ ଘର ସମେତ ଘରର ସମସ୍ତ ଆସବାବ ପତ୍ର, ଟଙ୍କା, ବାଇକ, ସାଇକେଲ, ଟିଭି, ଫ୍ୟାନ ଇତ୍ୟାଦି ପୋଡି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଧାମନଗରରୁ ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories