www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ : ‘ନବୀନ ଦୁର୍ନୀତିର ସୌଦାଗର’

ଓଡ଼ିଶା ଦଖଲ ପାଇଁ ଜନଆନ୍ଦୋଳନକୁ ତୀବ୍ର କରିବାକୁ ସଂକଳ୍ପ

ଭୁବନେଶ୍ୱର : ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ରାଜ୍ୟ ସରକାରଙ୍କ ମହାଦୁର୍ନୀତିର ୧୦ଟି ଏବଂ ରାଜ୍ୟବାସୀଙ୍କ ପାଇଁ ଯୋଜନା ନାଁରେ କରିଥିବା ୫ଟି ପ୍ରତାରଣା ଚିଠା ପ୍ରସ୍ତାବକୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ପାରିତ କରାଯାଇଛି। ପ୍ରତାରଣା ଭିତରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଯୁବବାହିନୀ, ଆମ ଗାଁ ଆମ ବିକାଶ ଓ ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବାବେଳେ ଦୁର୍ନୀତି ଭିତରେ ଖଣି, ପାଣି, ଚିଟ୍‍ଫଣ୍ଡ, ଓମ୍‍ଫେଡ଼, ଚାରା, ମନରେଗା, ପିସି, ବାଲିଘାଟ, ଧାନକିଣା, କଂକ୍ରିଟ ରାସ୍ତା ନିର୍ମାଣ, ଜଳସେଚନ , ଅଙ୍ଗନବାଡି ଛତୁଆ ଓ ସମବାୟ ଭଳି ୧୦ଟି ପ୍ରସଙ୍ଗ ରହିଛି। ରାଜ୍ୟ ସରକାରଙ୍କ ଏହି ୧୫ଟି ବିଫଳତା ସହିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ଅନ୍ୟାନ୍ୟ ଯୋଜନାକୁ ତୃଣମୂଳସ୍ତରକୁ ନେବାପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦିଆଯାଇଛି।
ଏହି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ନବୀନ ସରକାର ଦୁର୍ନୀତିର ସୌଦାଗର ପାଲଟିଛି। ଓଡ଼ିଶାରେ ଭ୍ରଷ୍ଟାଚାରୀ ନବୀନ ସରକାରକୁ ହଟାଇବାପାଇଁ ଜନମତ ସୃଷ୍ଟି କରାଯିବ। ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଓଡ଼ିଶାରେ କିଭଳି ବିଜେପି ମିଶନ ୧୨୦ ଜିତିବ ସେଥିନେଇ ନୀଳନକ୍ସା(ବ୍ଲୁପ୍ରିଣ୍ଟ) ପ୍ରସ୍ତୁତ ହୋଇଛି। ରାଜ୍ୟରେ ଥିବା ଅପାରଗ ବିଜେଡ଼ି ସରକାରକୁ ହଟାଇବା ପାଇଁ କାର୍ଯ୍ୟକର୍ତ୍ତାମାନେ ସଙ୍କଳ୍ପ ନେଇଛନ୍ତି। ଆଗାମୀ ଦିନରେ କାର୍ଯ୍ୟକର୍ତ୍ତାମାନେ ତୃଣମୂଳସ୍ତରକୁ ଯାଇ ରାଜ୍ୟ ସରକାରଙ୍କ ୧୫ସୂତ୍ରୀ ବିଫଳତା ସାଙ୍ଗକୁ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବେ। ଦୀର୍ଘ ୧୮ବର୍ଷର ଶାସନ ଭିତରେ ଓଡ଼ିଶାର ବିକାଶ ଏବଂ ନିଯୁକ୍ତି ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ସବୁସ୍ତରରେ ବିଫଳ ନବୀନ ସରକାର ୨୦୧୯ରେ ଏକ ବିଶାଳ ପରାଭବର ସମ୍ମୁଖୀନ ହେବ ବୋଲି ବିଜେପି କାର୍ଯ୍ୟକାରିଣୀରେ ମତପ୍ରକାଶ ପାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନକରିବା ଓ ପେଟ୍ରୋଲର ଦର କେନ୍ଦ୍ର ସରକାର କମାଇ ସାରିଲା ପରେ ବି ରାଜ୍ୟ ସରକାର ନକମାଇବା ଆଦି ହେଉଛି ଓଡିଶାର ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା। ଏହି ପ୍ରସଙ୍ଗରେ ଦଳ ଆନ୍ଦୋଳନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବ୍ୟାପକ କରିବ ବୋଲି କାର୍ଯ୍ୟକାରିଣୀରେ ମତପ୍ରକାଶ ପାଇଛି।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ବିଜେପି ସଂପାଦକ ଦିଲୀପ ମଲ୍ଲିକ ଶୋକ ପ୍ରସ୍ତାବ ଆଗତ କରିଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ଦୁଇ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗୋ, ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦକ କାଳନ୍ଦୀ ସାମଲଙ୍କ ସହ ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories