www.samajalive.in
Monday, December 8, 2025
14.1 C
Bhubaneswar

ଖଳାରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା

ନବରଙ୍ଗପୁର: ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା ଗ୍ରାମରେ। କାମତା ଗ୍ରାମର ୪ ନମ୍ବର ୱାର୍ଡରେ ରହୁଥିବା ସଭା ଛାତି ଏବଂ କିଶୋର ସୁନାଙ୍କ ୧୦ ଏକରରେ ଅମଳ କରିଥିବା ମକା ଏବଂ ୫ ଏକର ବିଲରୁ ଅମଳ କରିଥିବା ଧାନକୁ ଗୋଟିଏ ଖଳାରେ ରଖିଥିଲେ। ଗତକାଲି ହଠାତ କେଉଁ କାରଣରୁ ଖଳାରେ ନିଆଁ ଲାଗିଥିବା କିଛି ଲୋକ ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ଗ୍ରାମବାସୀ ଘରୁ ପଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ନିଆଁ ସମ୍ପୂର୍ଣ୍ଣ ଖଳାରେ ମାଡିଯାଇଥିଲା। ପରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଖଳାରେ ଥିବା ସମସ୍ତ ଧାନ ଏବଂ ମକା ପୋଡି ପାଉଁଶ ହୋଇଯାଇଥିଲା । ବର୍ଷ ସାରା ବିଲରେ ଖଟି ଉପାର୍ଜନ କରିଥିବା ସମସ୍ତ ଶସ୍ୟ ପୋଡି ଯାଇଥିବା ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ସଦା ଏବଂ କିଶୋର ସୁନା । ଖବର ପାଇ ତେନ୍ତୁଳୀଖୁଣ୍ଟି ବ୍ଲକ ଉପାଧ୍ୟକ୍ଷ ତନ୍ମୟ ସାଗର ନାୟକ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ବିଧାୟକ ଏବଂ ତହସିଲଦାରଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦେବା ପ୍ରତିଶୃତି ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories