mission shakti banner

କାରଖାନାରେ ନିଆଁ ଲାଗି ୪ ଶ୍ରମିକ ମୃତ

nua o banner
0

ନୂଆଦିଲ୍ଲୀ : ଦିଲ୍ଲୀର ସୁଲତାନପୁରି ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ସୋମବାର ସକାଳେ ନିଆଁ ଲାଗି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ରାଜ ପାର୍କ ନାମକ ଜୋତା କାରଖାନାରେ ଏହି ନିଆଁ ଲାଗି ଥିଲା। ୯ଟି ଦମକଳ ନିଆଁକୁ ନିୟନ୍ତ୍ରଣ କରିବା ସହିତ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ନିଆଁରେ ପୋଡି ହୋଇ ଓ ଶ୍ୱାସରୁଦ୍ଧ କାରଣରୁ ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଆହତ ଶ୍ରମିକଙ୍କୁ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି।

Leave A Reply