ଭଦ୍ରକ : ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ବଖରା ଭସ୍ମ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ମୃଗନୟନୀ ଗ୍ରାମର ଗୋବର୍ଦ୍ଧନ ବାରିକଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ତାଙ୍କ ଭାଇ ତ୍ରିଲୋଚନ ବାରିକଙ୍କ ଘରକୁ ମାଡି ଯାଇଥିଲା। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ସମେତ ବହୁ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।
Popular Categories



