www.samajalive.in
Friday, December 5, 2025
20.1 C
Bhubaneswar

ମୁହଁ ଧୋଇବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ଆପଣ ସମସ୍ତେ ମୁହଁ ଧୋଉଛନ୍ତି। କିନ୍ତୁ ସଠିକ ଭା​‌ବେ ମୁହଁ ନ ଧୋଇବା ଦ୍ବାରା ଅନେକ ଅସୁବିଧା ଦେଖା ଦେଇଥାଏ। ଅନେକ ବ୍ୟକ୍ତି ମୁହଁ ଧୋଇବା ବେଳେ କିଛି ଭୁଲ କରିଥାଆନ୍ତି। ଯାହା ଫଳରେ ମୁହଁକୁ ଅନେକ କ୍ଷତି ପହଞ୍ଚିଥାଏ। ଆସନ୍ତୁ ଜାଣିବା ମୁହଁ ଧୋଇବା ବେଳେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ ..

ଅଳ୍ପ ଉଷୁମ ପାଣିର ବ୍ୟବହାର : ଯେତେବେଳେ ବି ଆପଣ ମୁହଁ ଧୋଉଛନ୍ତି ସେତେବେଳେ ଗରମ କିମ୍ବା ଥଣ୍ଡା ପାଣିର ବ୍ୟବହାର କରନ୍ତୁ ନାହିଁ। ଅନେକ ଲୋକ ଉଷୁମ ପାଣିରେ ମୁହଁ ଧୋଇବା ପାଇଁ କହିଥାଆନ୍ତି। କିନ୍ତୁ ଏପରି କରିବା ଦ୍ବାରା ମୁହଁ ପାଇଁ ଅନେକ ଅସୁବିଧା ବଢି ଯାଇଥାଏ। ମୁହଁ ଶୁଷ୍କ ମଧ୍ୟ ହୋଇଯିବାର ସମ୍ଭାବନା ରହିଛି। ତେଣୁ ସାମାନ୍ୟ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏପରି କରିବା ଦ୍ବାରା ମୁହଁରୁ ଧୂଳିମାଟି ସହଜରେ ବାହାରି ଥାଏ।

- Advertisement -

ମେକଅପ ପ୍ରଥମେ ସଫା କରିବା ଉଚିତ : ଯଦି ଆପଣ ମେକଅପ ଲଗାଇ ଥାଆନ୍ତି ତେବେ ପ୍ରଥମେ ତାକୁ ସଫା କରି ଦିଅନ୍ତୁ। ଅଳ୍ପ ତୁଳା କିମ୍ବା ସୂତା କପଡା ନେଇ ମେକଅପ ଛଡାଇ ଦିଅନ୍ତୁ। ମେକଅପ ଛଡାଇ ସାରିବା ପରେ ଯାଇ ମୁହଁ ଧୋଇବା ଉଚିତ।

ଭଲ ଭାବେ ମାଲିସ କରନ୍ତୁ : ମୁହଁ ଧୋଇବା ପାଇଁ କେବଳ ପାଣିର ବ୍ୟବହାର କରନ୍ତୁ। ମୁହଁ ଧୋଇ ସାରିବା ପରେ କ୍ଲିନରକୁ ମୁହଁରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ମୁହଁ ଧୋଇ ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ମାଲିସ କରିବା ଉଚିତ। ଏପରି କରିବା ଦ୍ବାରା ମୁହଁ ତୈଳାକ୍ତ ହେବାର ସମ୍ଭାବନା କମ ହୋଇଥାଏ।

ତଉଲିଆରେ ମୁହଁ ପୋଛନ୍ତୁ : ମୁହଁ ଧୋଇବା ପରେ ସର୍ବଦା ନରମ ତଉଲିଆରେ ମୁହଁ ପୋଛିବା ଉଚିତ। ତଉଲିଆରେ ପୋଛିବା ବେଳେ ମୁହଁକୁ ବେଶୀ ଜୋରରେ ରଗଡନ୍ତୁ ନାହିଁ। ହାଲୁକା ଭାବେ ପୋଛନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories