୨ ବାଲି ବୋଝେଇ ଟ୍ରାକ୍ଟରକୁ ୧ଲକ୍ଷ ଟଙ୍କା ଜୋରିମାନା

ପାଟଣା : ପାଟଣା ନିକଟ ବୈତରଣୀରୁ ବେଆଇନ ବାଲି ଉତ୍ତୋଳନ କରି ପରିବହନ କରୁଥିବା ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ଖଣି ବିଭାଗ ଜୋରିମାନା କରିଛି। ଖଣି ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ତତ୍ତ୍ବାବଧାନରେ ଏହି ଚଢ଼ାଉ ସମୟରେ ୨ ଟି ଟ୍ରାକ୍ଟରରେ ୩ କ୍ୟୁବିକ ବାଲି ବେଆଇନ ଚାଲାଣ କରୁଥିବାରୁ ଉଭୟ ଟ୍ରାକ୍ଟରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମୋଟ ୧ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ଖଣି ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.