www.samajalive.in
Saturday, December 6, 2025
14.1 C
Bhubaneswar

ଖର୍ଚ୍ଚ କାଟ କରିବାକୁ କହିଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଜନିତ ସାଂଘାତିକ ପରିସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥା ତଳକୁ ତଳକୁ ଖସିବାରେ ଲାଗିଥିବା ଦୃଷ୍ଟିରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦% ଖର୍ଚ୍ଚ କାଟ କରିବାକୁ କହିଛି। ଏ ସମ୍ପର୍କରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକୁ ପତ୍ର ଲେଖାଯାଇ ସେମାନଙ୍କର ଅଯଥା ଏବଂ ଏଡାଇ ହେବାଭଳି ଖର୍ଚ୍ଚ କମାଇବାକୁ କୁହାଯାଇଛି। ଏପରିକି ୨୦% ଖର୍ଚ୍ଚ ଯେଭଳି କମାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ଅର୍ଥ ମନ୍ତ୍ରଣାଳୟ କହିଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଆକାଶଛୁଆଁ ହେବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ସେମାନଙ୍କର ଅଯଥା ତଥା ଏଡାଇ ହେବାଭଳି ଖର୍ଚ୍ଚଗୁଡିକ କମାଇବାର ଆବଶ୍ୟକତା ରହିଛି। ୨୦୧୯-୨୦ରେ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ଯେତିକି ଖର୍ଚ୍ଚ କରାଯାଇଥିଲା, ତାହାକୁ ଆଧାର ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁସବୁ ବାବଦରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ସେଥିମଧ୍ୟରେ ଓଭରଟାଇମ ଭତ୍ତା, ପୁରସ୍କାର, ଘରୋଇ ଓ ବିଦେଶ ଗସ୍ତ ବାବଦ ଖର୍ଚ୍ଚ, ଦପ୍ତର ଖର୍ଚ୍ଚ, ଭଡା ଓ ଟିକସ, ରୟାଲଟି, ପ୍ରକାଶନ, ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ, ଯୋଗାଣ ଓ ସାମଗ୍ରୀ, ତେଜରାତି ସାମଗ୍ରୀ କ୍ରୟ, ଇନ୍ଧନ ବାବଦ ଖର୍ଚ୍ଚ, ପୋଷାକ ଖର୍ଚ୍ଚ, ବିଜ୍ଞାନ ଓ ପ୍ରଚାର ପ୍ରସାର ବାବଦ ଖର୍ଚ୍ଚ, ଛୋଟମୋଟ ମରାମତି ଓ ରକ୍ଷଣାବେକ୍ଷଣ, ଅନୁଦାନ ଓ ଅବଦାନ ଆଦି ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କୋଭିଡର ଦ୍ୱିତୀୟ ଲହର ସମୟରେ ଏପର୍ଯ୍ୟନ୍ତ ଦେଶରେ ପ୍ରୋତ୍ସାହନମୂଳକ ପ୍ୟାକେଜ ଘୋଷଣା କରିନଥିଲେ ମଧ୍ୟ ୮୦ କୋଟି ଦରିଦ୍ର ଲୋକଙ୍କ ପାଇଁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସେଥିପାଇଁ ରାଜକୋଷରୁ ପ୍ରାୟ ୮୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏଥିସହିତ କେନ୍ଦ୍ର ସରକାର ସାର ସବସିଡି ବିଲ୍‍ ୧୪,୭୭୬ କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଟିକାକରଣ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ୩୫ ହଜାର କୋଟି ଖର୍ଚ୍ଚ କରିବାକୁ ପଡିଥିବାବେଳେ ଏବେ ଆଉ ୧୫ରୁ ୨୦ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ। ଦ୍ରବ୍ୟ ଓ ସେବାକର ସଂଗ୍ରହରେ ସୃଷ୍ଟି ହେଉଥିବା ନିଅଣ୍ଟିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୧.୬ ଟ୍ରିଲିଅନ ଟଙ୍କା ଋଣ କରିବା ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories