www.samajalive.in
Sunday, December 7, 2025
23.1 C
Bhubaneswar

ଅଙ୍ଗ ସାନ୍‍ ସୁ କିଙ୍କ ବିରୁଦ୍ଧରେ ନୂଆ ଦୁର୍ନୀତି ଅଭିଯୋଗ ; ୧୫ ବର୍ଷ ହୋଇପାରେ କାରାଦଣ୍ଡାଦେଶ

ନେପିତ: ମ୍ୟାଁମାରରେ ସାମରିକ ଜୁଣ୍ଟା ଶାସନ ବିରୋଧରେ ଆନ୍ଦୋଳନ ଚଳାଇଥିବା ୭୫ ବର୍ଷ ବୟସ୍କା ଅଙ୍ଗ ସାନ ସୁ କିଙ୍କ ବିରୋଧରେ ସାମରିକ ସରକାର ଆଉ କେତେକ ନୂଆ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସୁ କିଙ୍କୁ ୧୫ ବର୍ଷ କାରାଦଣ୍ଡ ଭୋଗିବାକୁ ପହିବ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏହି ନୋବେଲ ବିଜୟିନୀ ନେତ୍ରୀଙ୍କ ବିରୁଦ୍ଧରେ ଉପନିବେଶ ଯୁଗର ଗୋପନୀୟ ଆଇନ ଉଲ୍ଲଂଘନ ସମେତ ଅନେକ ଅଭିଯୋଗ ଅଣାଯାଇଛି। ସେ ନିଜ ପଦର ଅପବ୍ୟହାର କରି ଦୁର୍ନୀତି କରିଥିବା ଘଟଣାରେ ତାଙ୍କୁ ଦୁର୍ନୀତି ନିରୋଧୀ କମିଶନ ଦୋଷୀ ସାବ୍ୟସ୍ତ କରିବାପରେ ତାଙ୍କ ବିରୋଧରେ ଏଭଳି ନୂଆ ଅଭିଯୋଗମାନ ଅଣାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସାମରିକ ବିଦ୍ରୋହ ବଳରେ ଜୁଣ୍ଟା ଦେଶର କ୍ଷମତା ଅଧିକାର କରିବା ପରଠାରୁ ସୁ କିଙ୍କୁ ଅଟକ ରଖାଯାଇଛି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସୁ କିଙ୍କ ସରକାରକୁ ସାମରିକ ଜୁଣ୍ଟା ବରଖାସ୍ତ କରି ବଳପୂର୍ବକ ଦେଶର ଶାସନ ଭାର ନିଜ ଦଖଲକୁ ନେଇଛି। ଦେଶର ଦୁର୍ନୀତି ନିରୋଧୀ କମିଶନ ପକ୍ଷରୁ କୁହାଯାଇଛି ଯେ ସୁ କି ନିଜ ପଦବୀର ଅପବ୍ୟହାର କରି ଏକ ଜମି ଓ କୋଠାରେ ଡାଓ ଖିନ୍‍ କି ଫାଉଣ୍ଡେସନର ମୁଖ୍ୟ ଦପ୍ତର ଖୋଲିବାକୁ ଅନୁମତି ଦେଇଥିଲେ। ସେ ଉକ୍ତ ଫାଉଣ୍ଡେସନର ଅଧ୍ୟକ୍ଷା ମଧ୍ୟ ରହିଥିଲେ। ଅନ୍ୟପକ୍ଷରେ ଉକ୍ତ ଜମିରେ ଏକ ହର୍ଟିକଲଚର ଭୋକେସନାଲ ସ୍କୁଲ ଖୋଲିବା ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ସୁ କିଙ୍କ ଓକିଲମାନେ କହିଛନ୍ତି ଯେ ଚଳିତ ଜୁନ୍‍ ୧୪ ତାରିଖରୁ ତାଙ୍କ ମାମଲାର ଶୁଣାଣି ଆରମ୍ଭ ହେବ ଏବଂ ତାହା ଜୁଲାଇ ୨୬ ସୁଦ୍ଧା ଶେଷହେବା ଆଶା କରାଯାଉଛି। ତାଙ୍କ ବିରୋଧରେ କୋଭିଡ-୧୯ କଟକଣା ଉଲ୍ଲଂଘନ ସହିତ ନିଜ ପାଖରେ ୱାକିଟକି ରଖିବା ଏବଂ ଗୋପନୀୟତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ମଧ୍ୟ ଅଣାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories