ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ରାଜ୍ୟରେ ୪୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୭୬୫ ଏବଂ ସ୍ଥାନୀୟ ସଂକ୍ରମିତ ୨୦୮୭ ଜଣ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲାରୁ ୨୭୫, ବାଲେଶ୍ୱର ୩୬୪, ବରଗଡ ୬୧, ଭଦ୍ରକ ୨୨୨, ବଲାଙ୍ଗୀର ୩୧, ବଉଦ ୫୭, କଟକ ୫୦୫, ଦେବଗଡ ୨୦, ଢେଙ୍କାନାଳ ଜିଲାରୁ ୧୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଜପତି ଜିଲାରୁ ୪୮, ଗଞ୍ଜାମ ୪୦, ଜଗତସିଂହପୁର ୧୮୦, ଯାଜପୁର ୩୮୨, ଝାରସୁଗୁଡା ୧୬, କଳାହାଣ୍ଡି ୬୦, କନ୍ଧମାଳ ୮୩, କେନ୍ଦ୍ରାପଡା ୨୮୭, କେନ୍ଦୁଝର ୯୬, ଖୋର୍ଦ୍ଧା ଜିଲାରୁ ୬୪୯ ଜଣ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କୋରାପୁଟ ଜିଲାରୁ ୮୮, ମାଲକାନଗିରି ୮୯, ମୟୁରଭଞ୍ଜ ୨୧୦, ନବରଙ୍ଗପୁର ୧୦୮, ନୟାଗଡ ୧୩୬, ନୂଆପଡା ୨୨, ପୁରୀ ୨୩୭, ରାୟଗଡା ୧୦୫, ସମ୍ବଲପୁର ୪୧, ସୋନପୁର ୩୫, ସୁନ୍ଦରଗଡ ୧୫୭ ଏବଂ ଷ୍ଟେଟପୁଲରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୮୧୪୮୮ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ରାଜ୍ୟରେ ୬୨୫୧୫ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।
Popular Categories



