www.samajalive.in
Saturday, December 6, 2025
14.1 C
Bhubaneswar

ମୀରାବାଈ ଚାନୁଙ୍କ ଜୀବନ କାହାଣୀକୁ ନେଇ ତିଆରି ହେବ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଦେଶର ଟେକ ରଖିଥିବା ଭାରୋତ୍ତୋଳକାରୀ ମୀରାବାଈ ଚାନୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର। ଖୁବଶୀଘ୍ର ଚାନୁଙ୍କ ଉପରେ ଆଧାରିତ ଏକ ମଣିପୁରୀ ଫିଲ୍ମ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏନେଇ ଶନିବାର ଚାନୁ ଓ ଇମ୍ଫାଲର ସେଓତି ଫିଲ୍ମସ୍ ପ୍ରଡକ୍ସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଫିଲ୍ମ ନିର୍ମାଣକାରୀ କମ୍ପାନୀର ଅଧ୍ୟକ୍ଷ ମନାଓବି ଏମ୍ ଏମଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ସେ କହିଛନ୍ତି, ଏହି ଚଳଚ୍ଚିତ୍ରକୁ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ମୁକ୍ତିଲାଭ କରାଯିବ।

ମନାଓବି କହିଛନ୍ତି, ଆମେ ବର୍ତ୍ତମାନ ଏଭଳି ଜଣେ ଝିଅ ଖୋଜୁଛୁ, ଯିଏ ମୀରାବାଈ ଚାନୁଙ୍କ ଭୂମିକାରେ ଅଭିନୟ କରିପାରିବ। ସେ ଦେଖିବାକୁ ମଧ୍ୟ କେତେକାଂଶରେ ତାଙ୍କ ଭଳି ହୋଇଥିବା ଦରକାର। ଏହା ପରେ ତାଙ୍କୁ ଚାନୁଙ୍କ ଜୀବନ ଶୈଳୀ ବିଷୟରେ ତାଲିମ ଦିଆଯିବ। ଶୁଟିଂ ଆରମ୍ଭ ହେବାକୁ ଆହୁରି ୬ ମାସ ସମୟ ଲାଗିବ ବୋଲି ନିର୍ମାତା କହିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories