www.samajalive.in
Monday, December 15, 2025
26.1 C
Bhubaneswar

ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଲେ ପୁରାତନ ଛାତ୍ର

ରାମନାଗୁଡା : ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ମୋ ସ୍କୁଲ ଅଭିଯାନ ଜରିଆରେ ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବାବେଳେ ଏହି ବିଦ୍ୟାଳୟର ନବୀକରଣ ହେବାକୁ ଯାଉଛି। ଆଜି ପୁରାତନ ଛାତ୍ରମାନେ ଏକାଠି ହୋଇ ନବୀକରଣ ହେବାକୁ ଯାଉଥିବା ବିଦ୍ୟାଳୟର ନିର୍ମାଣଧିନ କାର୍ଯ୍ୟ ବୁଲି ଦେଖିଛନ୍ତି। ଏଥିପାଇଁ ସରକାର ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ୪୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।
ଉକ୍ତ ଅନୁଦାନରେ ୩ଟି ସ୍ମାର୍ଟ ଶ୍ରେଣୀ କକ୍ଷ,ଇ-ଲାଇବ୍ରେରୀ, ଉଚ୍ଚକୋଟୀର ବିଜ୍ଞାନଗାର, ସ୍ମାର୍ଟ ଶୈଚାଳୟ ଆଦି ନିର୍ମାଣ କରାଯିବାକୁ  ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।ଏହି ନିର୍ମାଣ କାର୍ଯ୍ୟ ପାଇଁ ୮୦ଲକ୍ଷର ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ହେବାକୁ ଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏକଜୁଟ ହୋଇ ନିଜ ବିଦ୍ୟାଳୟ ପାଇଁ ସକ୍ଷମ ଅନୁଯାୟୀ ସାହାଯ୍ୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ନିଜ ବିଦ୍ୟାଳୟର ଉନ୍ନତି ନେଇ ସମସ୍ତ ପୁରାତନଛାତ୍ର ଏକାଠି ବିଦ୍ୟାଳୟ ଉନ୍ନତି କାର୍ଯ୍ୟ ଦେଖି ଆନନ୍ଦିତ ହେବା ସହ ଆମେ ଯେତେ ବଡ଼ ପଦପଦବୀରେ ଥାଉ ନା କାହିଁକି ନିଜ ବିଦ୍ୟାଳୟ ପାଇଁ ସକ୍ଷମ ଅନୁଯାୟୀ ସାହାଯ୍ୟ କରିବା ପାଇଁ ମତପ୍ରକାଶ କରିଥିଲେ। ଏ ନେଇ ବିଦ୍ୟାଳୟ ନିର୍ମାଣଧିନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଅକ୍ଟୋବର ୨ତାରିଖରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପାଠପଢିବାର ସୁଯୋଗ ପାଇବେ ବୋଲି ଜଣାପଡିଛି। ଏହି ସମୟରେ ବିଜେଡି ଜିଲ୍ଲା ସଂପାଦକ ତଥା ପୁରାତନ ଛାତ୍ର ଗଗନ ଆଚାର୍ଯ୍ୟ, ବିଜୟ କୁମାର ମହାପାତ୍ର,ଶିବଶଙ୍କର ଶତପଥୀ , ଅଜିତ ପାତ୍ର, ମୁକୁନ୍ଦ ପାଣି, ନରସିଂହ ପରିଚ୍ଚା ପ୍ରମୁଖ ଉପସ୍ଥିତ ଥିଲେ।।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories