ଉତ୍ତର ପ୍ରଦେଶରେ୧୬ ଅଗଷ୍ଟରୁ ଖୋଲିବ ବିଦ୍ୟାଳୟ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ୫୦% ଉପସ୍ଥିତିରେ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ -୧୯ ଗାଇଡଲାଇନ ସହ ୧୬ ଅଗଷ୍ଟରୁ ବିଦ୍ୟାଳୟ ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ସହ ବୈଠକରେ ଆଲୋଚନା କରାଯାଇଛି । ବିଦ୍ୟାଳୟରେ ସମସ୍ତ କୋଭିଡ କଟକଣା ପାଳନ କରାଯିବ । ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବା ସହ , ସାନିଟାଇଜର ବ୍ୟବହାର କରିବା । ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଦେଶରେ କେତେକ ରାଜ୍ୟରେ ୨ ଅଗଷ୍ଟରୁ ବିଦ୍ୟାଳୟ ଖୋଲାଯାଇଛି ।
Comments are closed.