www.samajalive.in
Saturday, December 6, 2025
15.1 C
Bhubaneswar

ସାମ୍ନାକୁ ଆସିଲା ‘ବଧାଇ ହୋ’ର ନୂଆ ପୋଷ୍ଟର, ଅକ୍ଟୋବର ୧୯ରେ ଶୁଭମୁକ୍ତି

ମୁମ୍ବଇ: ଜଙ୍ଗଲୀ ପିକଚର୍ସ ଏବଂ କ୍ରୋମ ପିକଚର୍ସ ର ଆଗାମୀ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ମଙ୍ଗଳବାର ରିଲିଜ ହେବାକୁ ଯାଉଛି। କିନ୍ତୁ ଟ୍ରେଲର ପୂର୍ବରୁ ‘ବଧାଇ ହୋ’ର ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ ଫିଲ୍ମରେ ଅଭିନୟ କରିଥିବା କଳାକାରମାନେ ପେଟ ଭିତରେ ବଢ଼ୁଥିବା ପିଲାଙ୍କ ଭଳି ଦେଖା ଯାଉଛନ୍ତି।
ଏହି ମଜାଦାର ପୋଷ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରା ଅଭିନୟ କରୁଛନ୍ତି। ଫିଲ୍ମକୁ ପ୍ରେମୋଟ କରିବାରେ ଆୟୁଷ୍ମାନ-ସାନ୍ୟା କୌଣସି ତୃଟି ଛାଡି ନାହାନ୍ତି।
ଅକ୍ଟୋବର ୧୯ ତାରିଖରେ ଦଶହରା ଅବସରରେ ‘ବଧାଇ ହୋ’ ରିଲିଜ୍‍ ହେବାକୁ ଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories