ଟିଟିଲାଗଡ଼ : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ପ୍ରଚାର କାର୍ଯ୍ୟ ସେତିକି ରୋଚକ ହୋଇଛି। ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ଶନିବାର ପ୍ରାର୍ଥି ଅଶୋକ ଦୋରା ଗୁଡଭେଲା ବ୍ଲକ ଅଂଚଳରେ ପ୍ରଚାର କାର୍ଯ୍ୟ ଆଗକୁ ବଢାଇଛନ୍ତି। ସନ୍ଧ୍ୟାରେ ବିଜେପି ଦଳର ପ୍ରଚାରରେ ଯୋଗଦେଇଛନ୍ତି ଓଲିଉଡ ତଥା ଟେଲିଭିଜନ ତାରକା ମମତା ଏବଂ ଉଭୟ ଓଡିଆ, ହିନ୍ଦି ତଥା ଇଂରାଜୀ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ମନୋଜ ମିଶ୍ର । ଉଭୟ ତାରକାଙ୍କୁ ଦେଖିବାକୁ ସହରରେ ପ୍ରବଳ ଗହଳି ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ସହରରେ ରୋଡ ସୋ’ କରି ମମତା ଏବଂ ମନୋଜ ବିଜେପି ସପକ୍ଷରେ ପ୍ରଚାର କରିଥିଲେ। ଦଳ ପକ୍ଷରୁ ଆଇନଜୀବୀ ଆଲୋକ ନାୟକ, ସୁଧିର ଘଡେଇ, ଅଶୋକ ଭୋଇ, ପ୍ରତିକ ମହାପାତ୍ର, ସଞ୍ଜୟ ତ୍ରିପାଠୀ, ଗୁଲାବ ସୋନି, ପ୍ରକାଶ ସରାଫ, ଅଶୋକ ମିଶ୍ର, ଦିନେଶ ଶର୍ମା, ଲିଙ୍ଗ ନାୟକଙ୍କ ସମେତ ବହୁ ନେତା, କର୍ମୀ କଳାକାରଙ୍କ ସହ ରୋଡ ସୋ’ରେ ଯୋଗଦେଇଥିଲେ।
Popular Categories



