www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ବ ହକି ମାନ୍ୟତା : ଭାରତୀୟ ପୁରୁଷ ୫ରେ, ମହିଳା ଦଳ ୯ରେ

ଲୌସାନେ (ସ୍ବିଜରଲାଣ୍ଡ) : ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ପ୍ରକାଶିତ ବିଶ୍ବ ହକି ମାନ୍ୟତାରେ ଭାରତୀୟ ପୁରୁଷ ହକି ଦଳ ୫ମ ସ୍ଥାନ ବଜାୟ ରଖିଛି। ତେବେ ଭାରତୀୟ ମହିଳା ଦଳ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୯ମ ସ୍ଥାନକୁ ଉନ୍ନୀତ ହୋିଛି। ନିକଟରେ ଚାଲିଥିବା ଓସେନିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ପରେ ଏଫ୍‌ଆଇଏଚ୍‌ ଏହି ସଦ୍ୟତମ ତାଲିକା ପ୍ରକାଶ କରିଛି। ଓସେନିଆ କପ୍‌ରେ ଚମ୍ପିଆନ୍ ହୋଇଥିବା ଅଷ୍ଟ୍ରେଲିଆ ୧ନଂ ମାନ୍ୟତା ବଜାୟ ରଖିଥିବା ବେଳେ ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ୍‌ ୨ୟ ସ୍ଥାନରେ ରହିଛି। ୟୁରୋପୀୟ ବ୍ରୋଞ୍ଜ୍ ପଦକ ବିଜେତା ନେଦରଲାଣ୍ଡ୍‌ସ ୩ୟ ସ୍ଥାନରେ ରହିଛି। ଆର୍ଜେଣ୍ଟିନା ୪ର୍ଥ ସ୍ଥାନରେ ରହିଛି। ୫ମ ସ୍ଥାନରେ ଥିବା ଭାରତୀୟ ପୁରୁଷ ଦଳ ୧୮୨୩ ପଏଣ୍ଟ ପାଇଛି। ୬ଷ୍ଠ ସ୍ଥାନରେ ଜର୍ମାନୀ ଥିବା ବେଳେ ଇଂଲଣ୍ଡ ୭ମ ସ୍ଥାନରେ ରହିଛି। ୟୁରୋପୀୟ ରୌପ୍ୟ ପଦକ ବିଜେତା ସ୍ପେନ୍ ୮ମ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ୯ମ ଓ କାନାଡ଼ା ୧୦ମ ସ୍ଥାନରେ ରହିଛନ୍ତି। ମହିଳା ଦଳଗତ ମାନ୍ୟତାରେ ନେଦରଲାଣ୍ଡ୍‌ସ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ୨ୟ ଓ ଆର୍ଜେଣ୍ଟିନା ୩ୟ ସ୍ଥାନରେ ରହିଛନ୍ତି। ଜର୍ମାନୀ ୪ର୍ଥ ଓ ଇଂଲଣ୍ଡ ୫ମ ସ୍ଥାନରେ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories