www.samajalive.in
Monday, December 15, 2025
15.1 C
Bhubaneswar

ମରକ୍କୋ-ଇରାନ୍‍ ମୁକାବିଲା ଗୋଲ୍‍ଶୂନ୍ୟ

ସେଣ୍ଟ ପିଟର୍ସବର୍ଗ :  ଚଳିତ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ଗୋଲ୍‍ଶୂନ୍ୟ ମ୍ୟାଚ୍‍ ଦେଖିବାକୁ ମିଳିଛି ଶୁକ୍ରବାର। ମରକ୍କୋ ଓ ଇରାନ୍‍ ମଧ୍ୟରେ ଏକ ଗ୍ରୁପ୍‍ ‘ବି’ ମ୍ୟାଚ୍‍ ୦-୦ ଗୋଲ୍‍ରେ ଶେଷହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚ୍‍ରେ ମରକ୍କୋ ପ୍ରାଧାନ୍ୟ ବିସ୍ତାରକରି ଖେଳିବା ସହ ଗୋଲ୍‍ଦେବାର ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ୍‍ ହୋଇନଥିଲା। ଅନ୍ୟପକ୍ଷରେ ମ୍ୟାଚ୍‍ର ଅଧିକାଂଶ ସମୟ ରକ୍ଷଣାତ୍ମକ ଫୁଟ୍‍ବଲ ଖେଳିଥିବା ଇରାନ୍‍ ୧ ପଏଣ୍ଟରେ ସନ୍ତୁଷ୍ଟ ରହିଛି।
ମ୍ୟାଚ୍‍ରେ ଆଶା ଅନୁସାରେ ମରକ୍କୋ ଦଳ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା ଏବଂ ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଭରୂପର ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ଏହି ମ୍ୟାଚ୍‍ର ୨ୟ ମିନିଟରେ ମରକ୍କୋର ଆମିନ୍‍ ହାରିଟ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨ୟ ମିନିଟ ପରେ ମରକ୍କୋ ଷ୍ଟ୍ରାଇକର ୟୁନିସ୍‍ ବେଲ୍‍ହାଣ୍ଡାଙ୍କ ହେଡର ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଆରମ୍ଭରୁ ଏହି ମ୍ୟାଚ୍‍ରେ ୱାନ୍‍ୱେ ଟ୍ରାଫିକ୍‍ ଦେଖିବାକୁ ମିଳିଥିଲା। ୮ ମିନିଟରେ ଆୟୁବ୍‍ ଏଲ୍‍ କାବିଙ୍କ ସଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ଏହିପରି ମ୍ୟାଚ୍‍ରେ ମରକ୍କୋର ପ୍ରାଧାନ୍ୟ ବଜାୟ ରହିଥିଲା। ୨୦ ମିନିଟରେ ଇରାନ୍‍ ପ୍ରଥମ ସଂଘବଦ୍ଧ ଆକ୍ରମଣ କରିଥିଲେ ହେଁ ମାସୁଦ୍‍ ସୋଜାଇଙ୍କ ସଟ୍‍ ଦୁର୍ବଳ ଥିଲା। ୩୦ ମିନିଟରେ ମରକ୍କୋର ଆମିନ୍‍ ହାରିଟ୍‍ଙ୍କ ସହ ସିଧା ଇରାନ୍‍ ଗୋଲ୍‍ରକ୍ଷକଙ୍କ ହାତରେ ପଡ଼ିଥିଲା। ୪୩ ମିନିଟରେ ଇରାନ୍‍ର ଷ୍ଟ୍ରାଇକର ୨ ଥର ମରକ୍କୋ ଗୋଲ୍‍ ଉପରକୁ ଆକ୍ରମଣ କରିଥିଲେ ହେଁ ଉଭୟ ଥର ମରକ୍କୋ ଗୋଲ୍‍ରକ୍ଷକ ଏହାକୁ ବେକାର କରି ଦେଇଥିଲେ। ୪୪ ମିନିଟରେ ଇରାନ୍‍କୁ ଏକ ଫ୍ରିିକିକ୍‍ ମିଳିଥିଲା। ହାଜି ସାଫିଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା। ପ୍ରଥମାର୍ଦ୍ଧରେ ମରକ୍କୋ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ ହେଁ ଗୋଲ୍‍ଦେବାର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା। ୪୯ ମିନିଟରେ ମରକ୍କୋର ଆଉ ଏକ ପ୍ରୟାସ ବେକାର ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ୨ ଜଣ ଲେଖାଏଁ ବଦଳ ଖେଳାଳି ପଡ଼ିଆକୁ ଓହ୍ଲାଇଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମରକ୍କୋ ପକ୍ଷରୁ ଘନଘନ ଆକ୍ରମଣ ହୋଇଥିଲେ ହେଁ ଇରାନ୍‍ର ରକ୍ଷାପନ୍ଥୀ ଦୁର୍ଗ ରକ୍ଷା କରି ପାରିଥିଲେ। ଇରାନ୍‍ର ଓମିଦ୍‍ ଇବ୍ରାହିମି ମିଡ୍‍ଫିଲ୍‍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦ ବର୍ଷ ପରେ ବିଶ୍ୱକପ୍‍କୁ ଫେରିଥିବା ଆଫ୍ରିକୀୟ ଦେଶ ମରକ୍କୋ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରି ଚାଲିଥିଲା। ଅନ୍ୟପକ୍ଷରେ ଉଦ୍‍ଘାଟନୀ ମ୍ୟାଚ୍‍ରେ ସାଉଦି ଆରବର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅନ୍ୟ ଏସୀୟ ଦେଶ ଇରାନ୍‍ ନୈରାଶ୍ୟଜନକ ପ୍ରଦର୍ଶନ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories