ଅଗ୍ନିଶମ ବିଭାଗ ଦ୍ୱାରା ଅଗ୍ନି ନିର୍ବାପକ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ସ୍ଥିତ ଉନ୍ନିତ ଉଚ୍ଚବିଦ୍ୟାଳୟ ଠାରେ ଫିରିଙ୍ଗିଆ ଅଗ୍ନିଶମ ବିଭାଗ ତରଫରୁ ସଚେତନତା ପାଇଁ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ତରଫରୁ ଏହି ସଚେତନତା କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଅଗ୍ନିଶମ ଅଧିକାରୀ ଚିନ୍ମୟ କୁମାର ବାରିକଙ୍କ ତତ୍ୱାବଧାନରେ ଅଗ୍ନିଶମ ବିଭାଗର ସରୋଜ ମହାପାତ୍ର ,ଜି.ଭିମ ପାତ୍ର ,ରାଜେଶ କୁମାର ଚୈାହାନ, ରମାକାନ୍ତ ପଣ୍ଡା,ଦିଲିପ ମହାରଣା, ଧନେଶ୍ୱର ବେହେରା,ସାଗର କୁମାର ଜେନା , ପ୍ରହଲ୍ଲାଦ ବେହେରାଙ୍କ ସହ ଅନ୍ୟାନ୍ୟ କର୍ମଚାରି ସାମିଲ୍ ହୋଇ ଗ୍ୟାସ କିମ୍ବା ଅନ୍ୟ କୈାଣସି ସ୍ଥାନରେ ନିଆଁ ଲାଗିଲେ ନିଜେ ବଂଚିବା ସହ ଅନ୍ୟମାନଙ୍କୁ କିଭଳି ଭାବରେ ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେନେଇ ସ୍କୁଲର ଛାତ୍ରଛାତ୍ରି ମାନଙ୍କୁ ସଚେତନତା କରିବା ସହ ତାଲିମ ପ୍ରଦାନ କରିଥିଲେ। କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପରିଚାଳିକା ତଥା ବରିଷ୍ଠ ଶିକ୍ଷୟିତ୍ରୀ ବାସନ୍ତି ଦେଇଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋଜ କୁମାର ମିଶ୍ର , ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ , ଶିକ୍ଷକ ମାୟାଧର ସେଠି ,ଆଦିକନ୍ଦ ପାତ୍ର, ଗୋପାଳ ମଳିକ,ନିର୍ମାଲ୍ୟ ସାହାଣି, ସଂଯୁକ୍ତା ମହାପାତ୍ର, ଉର୍ମିଳା ଜୁଣ୍ଡି,ଟିନା ଚାନ୍ଦ, ସୁକାନ୍ତି ଦେଇ ,ନନ୍ଦିତା ମହାପାତ୍ର,ପ୍ରତିଭା ମହାନ୍ତି,ସୁଚରିତା ନାୟକ, ସଧ୍ୟା ମଲିକଙ୍କ ସହ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରଛାତ୍ରି ଉପସ୍ଥିତ ଥିଲେ।

Comments are closed.