ଫୁଲବାଣୀ :ଫୁଲବାଣୀ ଅବକାରୀ ଟିମ୍ ତୁଡ଼ିପାଜୁସ୍ଥିତ ଡ଼ଙ୍ଗା ଘାଟିରେ ଚଢାଉ କରି ଏକ ଅଟୋରୁ ୫୮ କେଜି ଗଂଜେଇ ଜବତ କରିଛନ୍ତି। ଏହି ଘଟଣାରେ ଆଟୋ ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି । ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗର ଇନସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ସୁଜିତ୍ କୁମାର ମୁଦୁଲି , ସଦାଶିବ ରଣା ପ୍ରମୁଖ ଉକ୍ତ ଘାଟିରେ ଜଗି ରହିଥିଲେ। ଅଟୋକୁ ଅଟକାଇବା ବେଳେ ଅଟୋ ଚାଳକ ଜାଣି ପାରି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ଏନେଇ କେସ ନଂ ୭୧ା୨୨ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି।
Popular Categories



