www.samajalive.in
Saturday, December 6, 2025
15.1 C
Bhubaneswar

କଂଗ୍ରେସ ସଭାପତି ପଦ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି କଂଗ୍ରେସ ସଭାପତି ପଦ ପାଇଁ ଚାଲିଛି ମତଦାନ। ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏଁ ଏହା ଜାରି ରହିବ। ଏଆଇସିସି ମୁଖ୍ୟାଳୟ, ପିସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ ପ୍ରାୟ ୬୫ଟି ମତଦାନ କେନ୍ଦ୍ରରେ ସଭ୍ୟମାନେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି।  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ହୋଇଥିବା ବୁଥ୍‌‌ରେ ଭୋଟ ଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ ଶିବିରରେ ତିଆରି ହୋଇଥିବା ବୁଥ୍‌‌ରେ ମତଦାନ କରିଛନ୍ତି।
ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା କେରଳ ଥିରୁବନନ୍ତପୁରମ୍‌‌ ସାଂସଦ ଶଶି ଥରୁର ଓ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ନେତା ମଲିକାର୍ଜୁନ ଖଡ୍‌‌ଗେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି।
୨୨ ବର୍ଷ ପରେ ହୋଇଥିବା ଏହି ନିର୍ବାଚନର ଫଳାଫଳ ୧୯ ଅକ୍ଟୋବରରେ ଆସିବ। ୯,୦୦୦ରୁ ଅଧିକ ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକଟୋରାଲ୍‌‌ କଲେଜ୍‌‌ ସିକ୍ରେଟ ବାଲଟ ଜରିଆରେ ସଭାପତିଙ୍କୁ ନିର୍ବାଚନ ଜରିଆରେ ବାଛିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories