ଫୁଲବାଣୀ : ଏବିଭିପି କନ୍ଧମାଳ ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସାକ୍ଷାତ କରି ଜିଲ୍ଲାରେ ଥିବା ସରକାରୀ ଆବାସିକା ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ଏବଂ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରା ବାସରେ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବାକୁ ଏକ ଦାବୀ ପତ୍ର ଦେଇ ଅନୁରୋଧ କରାଗଲା । ଏଥିରେ କନ୍ଧମାଳ ଏବିଭିପିର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ମନ୍ତ୍ରୀ ଏନେଇ ସମୀକ୍ଷା କର।ଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।
Popular Categories



