www.samajalive.in
Saturday, December 6, 2025
26.1 C
Bhubaneswar

ଗୃହରକ୍ଷୀ ସିଦ୍ଧାର୍ଥ ଶଙ୍କର ପତିଙ୍କୁ ମିଳିଲା ରାଷ୍ଟ୍ରପତି ସେବା ପଦକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସିଦ୍ଧାର୍ଥ ଶଙ୍କର ପତିଙ୍କୁ ୨୦୨୦ ମସିହା ସାଧାରଣତନ୍ତ୍ର ଦିବସ ଅବସର ନିମନ୍ତେ “ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରଶଂସନୀୟ ସେବା ପଦକ” ଶୁକ୍ରବାର ଦିନ ଭୁବନେଶ୍ଵର ଲୋକସେବା ଭବନ ଠାରେ ରାଜ୍ୟପାଳ ଗଣେଶୀ ଲାଲ ପ୍ରଦାନ କରିଛନ୍ତି । ସେ ୨୦୦୬ ମସିହାରେ ଗୃହରକ୍ଷୀ ଭାବେ କନ୍ଧମାଳ ଜିଲ୍ଲାର ଗୃହରକ୍ଷୀ ସଂସ୍ଥାରେ ଯୋଗଦାନ କରି ପ୍ରଶଂସନୀୟ ସେବା ପ୍ରଦାନ କରି ନିଜକୁ ଜଣେ ନିଷ୍ଠାପର ଓ ଶୃଙ୍ଖଳିତ ସ୍ଵେଚ୍ଛାସେବୀ ଭାବେ ପ୍ରତିପାଦିତ କରିପାରିଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ସେ ଦୃଷ୍ଟାନ୍ତମୂଳକ ଉତ୍ସର୍ଗୀକୃତ କାର୍ୟ୍ୟମାନ ସଂପାଦନ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଘଟିଥିବା ଏକ ବ୍ୟାଙ୍କ ଡକାୟତି ଘଟଣାର ସନ୍ଧାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଗୃହରକ୍ଷୀ ବାହିନୀର ଅନ୍ୟ ସଦସ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ସ୍ୱରୂପ ତାଙ୍କୁ ୭୫୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ସେବା ପଦକ ପାଇଁ ରାଇକିଆ ଜନସାଧାରଣ ତାଙ୍କୁ ଶୁଭେଚ୍ଛା କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories