ଅନ୍ଧାରରେ ଦାନିକାପେଲ ଗାଁ ଘଟଣା ;’ସମାଜ’ରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଉପାନ୍ତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବେଡାଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଦାନୀକାପେଲ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବାର ମାତ୍ର ୨ ବର୍ଷ ପରେ ସୁଲିମରୁ ଦାନିକାପେଲ ମଧ୍ୟରେ ଏକ ଗଛ ପଡ଼ି ସମ୍ପୂର୍ଣ ଭାବେ ବିଦ୍ୟୁତ ବିଛିନ୍ନ ହୋଇଥିଲା । ବିଦ୍ୟୁତ ଖୁଣ୍ଟ ଉଠାଯାଇ ନଥିଲା ,ତାରକୁ ସଂଯୋଗ ମଧ୍ୟ କରାଯାଇନଥିଲା। ତାର ଛିଣ୍ଡି ହାରାହାରି ଛଅ ବର୍ଷ ବିତି ଯାଇଥିଲେ ସୁଦ୍ଧା ୬ ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉ ଥିଲେ ଦାନୀକାପେଲ ଗ୍ରାମବାସୀ।
ସୂଚନା ଅନୁସାରେ ଗାଁକୁ ସମ୍ପୂର୍ଣ ଭାବରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିଲା ହେଲେ ବିଦ୍ୟୁତ ଉପଭୋକ୍ତାଙ୍କ ନାମରେ ହଜାର ହଜାର ଟଙ୍କା ବିଲ୍ ଆସୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅଗଷ୍ଟ ମାସ ୧୪ତାରିଖ ସୋମବାର ଦିନ ପ୍ରଥମେ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶ ପାଇଲା । ଖବର ପ୍ରକାଶ ପାଇଲା ପରେ ତତ୍ପରତା ଦେଖାଇଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଛିନ୍ନ ହୋଇ ୬ ବର୍ଷ ବିତିଯାଇଥିଲା ଓ ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଦାନୀକାପେଲ ଗାଁ ଲୋକଙ୍କ ସମସ୍ୟାକୁ ଶୁଣୁ ନଥିଲେ, ହେଲେ ଖବର କାଗଜରେ ଖବର ପ୍ରକାଶ ପରେ ୬ ବର୍ଷ ବିଛିନ୍ନ ବିଦ୍ୟୁତକୁ ମାତ୍ର ୧୩ ଦିନ ଭିତରେ ସଂଯୋଗ କରିଥିବା ଜଣାପଡିଛି । ଏବେ ବିଜୁଳି ଆଲୁଅ ପାଇ ଦାନୀକାପେଲ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଲକ୍ଷ୍ମଣ ମାଝୀ, କ୍ରିଷ୍ଣା ମାଝୀ, ରିଗେ ମାଝୀ, ଟିଙ୍ଗୁ ମାଝୀ, ସମେତ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।
Comments are closed.