www.samajalive.in
Saturday, December 6, 2025
26.1 C
Bhubaneswar

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗ ସହାୟତା ଶିବିର

ଫୁଲବାଣୀ : ଦିବ୍ୟାଙ୍ଗ ମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ସେମାନଙ୍କ ପାଇଁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରୟାସ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ଲୋକ ସମ୍ପର୍କ ଅଭିଯାନର ଆୟୋଜନ କରାଯାଇଛି। ଆୟୋଜିତ ଶିବିରରେ ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ଆବଶ୍ୟକୀୟ ପରାମର୍ଶ ସହ ସହାୟତା ଯୋଗାଇ ଦିଆ ଯାଇଥିଲା। ଶିବିରରେ ଯୋଗ ଦେଇଥିବା ୨୩ ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଇଛି। ଆଇନ ସେବା ପ୍ରାଧିକରଣର ସଚିବ ଅନୁଶୀଳା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ବନବାସୀ ସେବା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ପୌର ପରିଷଦ ସିଇଓ ସରିତା ରଥ , ଫୁଲବାଣୀ ସିଡ଼ିପିଓ ସୁବର୍ଣ୍ଣମାଳା ନାୟକ , ଫୁଲବାଣୀ ବିଏସ୍ଏସ୍ଓ ଉଷାରାଣୀ ପ୍ରଧାନ , ଫୁଲବାଣୀ ଯୋଗାଣ ଅଧିକାରୀ କବିତା ରାଣି ବେହେରା , ଆଇନଜୀବି ନନ୍ଦିତା କୁମାରୀ , ଜୟନ୍ତି ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ସାଲୁଙ୍କୀର ସଂପାଦକ ଅଶୋକ କୁମାର ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଖଜୁରୀପଡା ଏବଂ ଫିରିଙ୍ଗିଆରେ ମଧ୍ୟ ଏଭଳି ଶିବିର ଆୟୋଜନ କରାଯିବ ବୋଲି ଜଣାପଡିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories