www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ବ କଚ୍ଛପ ଦିବସ

ବିଶ୍ବସ୍ତରରେ ୩୦୦ରୁ ଅଧିକ ପ୍ରଜାତିର କଇଁଛ ଦେଖାଯାନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ପ୍ରାଣୀଙ୍କ ବଂଶବୃଦ୍ଧିରେ ସଙ୍କଟ ଉତ୍ପନ୍ନ ହେଉଛି। କଇଁଛକୁ ସୁରକ୍ଷା ଦେବାରେ ମନୁଷ୍ୟର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ପ୍ରଜାତିର କଇଁଛର ବଂଶବୃଦ୍ଧି ହେବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ‘ବିଶ୍ବ କଚ୍ଛପ ଦିବସ’ ପାଳନ କରାଯାଉଛି। ଆମେରିକୀୟ କଇଁଛ ଉଦ୍ଧାର ସଂଘ ପ୍ରଥମଥର ୨୦୦୦ ମେ ୨୩ରେ ‘ବିଶ୍ବ କଇଁଛ ଦିବସ’ ପାଳନର ଘୋଷଣା କଲା। କେତେଜଣ କଇଁଛକୁ ଆଣି ଆକ୍ବାରିୟମ୍‌ରେ ପାଳୁଛନ୍ତି କିନ୍ତୁ ବିଶେଷଜ୍ଞ ଦଳ କହିଛନ୍ତି, ଏହି ପ୍ରାଣୀ ସମୁଦ୍ରରେ, ନଦୀରେ ରହିଲେ ତା’ର ବଂଶବୃଦ୍ଧି ହୁଏ। କରୋନା ତାଲାବନ୍ଦବେଳେ ମଣିଷଙ୍କ ଗହଳି ସମୁଦ୍ରକୂଳରେ ନଥିଲା। ସେଇସମୟରେ ବିଶ୍ବର ଅଧିକାଂଶ ସମୁଦ୍ରକୂଳେ ହଜାରହଜାର କଇଁଛ ଦେଖିବାକୁ ମିଳିଲା।। ସମୁଦ୍ରରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବ୍ୟାପୁଥିବାରୁ କଇଁଛ ଭଳି ପ୍ରାଣୀଟି ବି ଏଇ କାରଣରୁ ପ୍ରଭାବିତ ହେଉଛି। ଜନସାଧାରଣଙ୍କୁ ଏସବୁ ଦିଗ ପ୍ରତି ସଚେତନ କରିବା ପାଇଁ ‘କଚ୍ଛପ ଦିବସ’ ପଳନ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories