www.samajalive.in
Saturday, December 6, 2025
14.1 C
Bhubaneswar

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ସଭାଗୃହରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ

ଫୁଲବାଣୀ,ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ସମନ୍ୱିତ ଶିଶୁ ବିକାଶ ସଭାଗୃହରେ ବ୍ଲକ ସ୍ତରୀୟ ପୋଷଣ ପକ୍ଷ ଗତ ୨୦ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ବେଳେ ୩ ତାରିଖରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଉଦଯାପନୀ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ , ଶିଶୁ ବିକାଶ ଅଧିକାରିଣୀ ହରିପ୍ରୀୟ ମେହେର , ସ୍ବାସ୍ଥ୍ୟ ଅଧିକାରୀ ପ୍ରବୋଧ କୁମାର ପ୍ରଧାନ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ । କାର୍ୟ୍ୟକ୍ରମର ଲକ୍ଷ ଗାଁରେ ମିଳୁଥିବା ସମସ୍ତ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ,ବିଭିନ୍ନ ପନିପରିବାକୁ ପୁଷ୍ଟିକର ଆହାର ଭାବରେ ଗ୍ରହଣ କରି କିଶୋରୀ ବାଳିକା ,ଗର୍ଭବତୀ ,ପ୍ରସୂତି, ପୁଷ୍ଟିକର ଖାଦ୍ୟ ପାଇପାରିବେ ସେ ନେଇ ଆଲୋଚନା କରିବା ସହ ସଚେତନ କରାଯାଇଥିଲା । ଅନ୍ୟ ପଟେ ଏହି କାର୍ୟ୍ୟକ୍ରମରେ ଗର୍ଭବତୀ ମହିଳା, କିଶୋରୀ ବାଳିକା, ପ୍ରସୂତି ମହିଳା , ବଳାଣ୍ଡା ପଡ଼ା ମାଆ ଗୃହ ସଦସ୍ୟ , ସି ଆର ପି, ଏମ୍ ବି କେ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories