www.samajalive.in
Saturday, December 6, 2025
26.1 C
Bhubaneswar

ମହାନତା : ଟଙ୍କା ଓ ସାମାନ ଫେରାଇଲେ ସହୃଦୟ ଅଟୋ ଚାଳକ

ସମ୍ବଲପୁର : ସମ୍ବଲପୁରର ସିଟି ଷ୍ଟେସନରେ ରେଳ ଯୋଗେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ରାଜ୍ୟର ଖଡଗପୁର ନିବାସୀ ଜମୁନା ଦାଶ ଆସି ଓହ୍ଲାଇଥିଲେ। ସେ ବୁର୍ଲା ମୁଣ୍ଡୋଘାଟ ନିବାସୀ ଅଟୋ ଚାଳକ ରାଜେଶ ଭୋସାଗରଙ୍କ ଅଟୋରେ ମାୟାବଗିଚା ସ୍ଥିତ ଭଉଣୀ ଘରକୁ ଯାଇଥିଲେ। ତେବେ ତରବରରେ ଜମୁନା ଦାସ ଅଟୋରେ ତାଙ୍କର ବ୍ୟାଗ, ଟଙ୍କା ଓ ମୋବାଇଲ ଛାଡି ଯାଇଥିଲେ। ପରବର୍ତ୍ତୀ ସମୟରେ ଅଟୋ ଚାଳକ ଜାଣିବା ପରେ ସମସ୍ତ ସାମଗ୍ରୀ ଓ ଟଙ୍କା ନେଇ ଧନୁପାଲି ଥାନାରେ ପ୍ରଦାନ କରିଥିଲେ। ଏହା ପରେ ପୁଲିସ ଜରିଆରେ ଜମୁନା ଦାସଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଧନୁପାଲି ପୁଲିସର ଉପସ୍ଥିତିରେ ଟଙ୍କା, ବ୍ୟାଗ ଓ ମୋବାଇଲ ଆଦି ଫେରସ୍ତ କରାଯାଇଥିଲା। ଅଟୋ ଚାଳକ ରାଜେଶ ଭୋସାଗରଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ଜମୁନା ଦାସ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories