www.samajalive.in
Saturday, December 6, 2025
23.1 C
Bhubaneswar

୧.୬୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ୫ ଗିରଫ

ସମ୍ବଲପୁର  : ସମ୍ବଲପୁର ଜିଲା ଅବକାରୀ ବିଭାଗ ଫକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ସମୁଦାୟ ୧ କ୍ୱିଣ୍ଟାଲ ୬୩ କିଗ୍ରା ଗଞ୍ଜେଇ ଚାଲାଣ ସମୟରେ ଧରାପଡିଛି। ଏହି ମାମଲା ଗୁଡିକରେ ସମୁଦାୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସୋମବାର ଅଦାଲତକୁ ଚାଲାଣ କରାଯାଇଛି। ପ୍ରଥମ ଘଟଣାରେ ସମ୍ବଲପୁର ରେଳ ଷ୍ଟେସନ ଠାରେ ଯାତ୍ରୀବାହୀ ରେଳବଗିରେ ଯାତ୍ରା କରୁଥିବା ଏକ ଏସି ବଗି ରୁ ୪୨ କିଗ୍ରା ଗଞ୍ଜେଇ ଜବତ ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳବାଇ ସୁରକ୍ଷା ବଳ ସହିତ ମିଳିତ ଭାବରେ ଚଢ଼ଉ ଅଭିଯାନ ସମୟରେ ଇସ୍ପାତ ଏକ୍ସପ୍ରେସରୁ ଏହି ଗଞ୍ଜେଇ ଜବତ ଓ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଗଞ୍ଜେଇ ଗୁଡିକୁ ବଲାଙ୍ଗୀର ଜିଲାର ସଇଁତଳା ରୁ ଝାଡଖଣ୍ଡ ରାଜ୍ୟର ଟାଟାକୁ ଚାଲାଣ ହେଉଥିବା ବେଳେ ଏ ସର୍ମ୍ପକରେ ବିହାର ରାଜ୍ୟର ନିବାସୀ ଜୟାଲ୍ଲୁଦ୍ଦିନ ଅନସାରୀ, ହରିକେଶ ଖରୁଆ ଓ ଅନୁରୁଦ୍ଧ କୁମାର ଗୋଡଙ୍କୁ ଗିରଫ କରାଯାଇଛି।
ସେହିଭଳି ଦ୍ୱିତୀୟ ଘଟଣା ଶାସନ ଥାନା ଅର୍ନ୍ତଗତ କିଲାସମା ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଚେକିଂ ସମୟରେ ଏକ କାର ସହିତ ୫୭ କିଗ୍ରା ଗଞ୍ଜେଇ ଜବତ କରାଯାଇ ୨ ଜଣ ଅଭିଯୁକ୍ତ ମଧ୍ୟପ୍ରଦେଶ ନିବାସୀ ସଞ୍ଜୟ ସାହୁ ଓ ବିପିନ କୁମାର ଚିପାଙ୍କୁ ଗିରଫ କରାଯାଇଛି। ସେହିଭଳି ଅନ୍ୟ ଏକ ଗାଡିରୁ ୬୪ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା ଗଞ୍ଜେଇ ଓ ଗାଡି ଗୁଡିକର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଇନିସପେକ୍ଟର ଶଶିକାନ୍ତ ଦତ୍ତ କହିଛନ୍ତି। ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଚେକିଂ ଓ ପେଟ୍ରୋଲିଂ କରାଯାଇ ଅନେକ ସମୟରେ ଗଞ୍ଜେଇ ଓ ଗାଡି ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉଛି। ତେବେ କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଅନେକ ଏହି ବେଆଇନ କାରବାରରେ ସଂପୃକ୍ତି ରହୁଥିବାର ଜଣାପଡିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories