www.samajalive.in
Saturday, December 6, 2025
15.1 C
Bhubaneswar

୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ଜବତ

ଫୁଲବାଣୀ  : କନ୍ଧମାଳ ଜିଲା ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ଚାଲିଥିବା ବେଳେ ପୁଣି ଡିମିରୀଗୁଡ଼ା ପଞ୍ଚାୟତର ଜଟଣୀ ଖୋଲ ଗାଁର ଜଣକ ଗାଈ ଗୁହାଳରେ ଗଞ୍ଜେଇ ପକେଟ୍ ଚାଲିଥିବା ବେଳେ ପୁଲିସ ଗଞ୍ଜେଇ ସହ ଗଞ୍ଜେଇ ପେକିଂ ରେ ବ୍ୟବହୃତ ଜାକି , ଓ ପେକିଂଗ୍ ସରଞ୍ଜାମ ଜବତ କରିଥିବା ଜଣାପଡିଛି ।  ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଖବର ମିଳିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଥିବା ଟିମ୍ ଡିମିରିଗୁଡ଼ା ପଞ୍ଚାୟତର ଜଟଣୀ ଖୋଲ ଗାଁରେ ପହଞ୍ଚିଥିବା ବେଳେ ଜଣକ ଗାଈ ଗୁହାଳରେ ପକେଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଢ଼ାଉ କରି ଥିଲେ । ଘଟଣା ସ୍ଥଳରୁ ପ୍ରସ୍ତୁତ ଚାଲାଣ ପାଇଁ କରୁଥିବା ସମ୍ଭୁ ନାଥ କହଁର ଓ ଉମା ଶଙ୍କର କହଁର ପୁଲିସକୁ ଦେଖି ଫେରାର ହୋଇଥିବା ବେଳେ ଗାଈ ଗୁହାଳରୁ ଗଞ୍ଜେଇ ସହ ଗଞ୍ଜେଇ ପେକିଙ୍ଗିରେ ବ୍ୟବହୃତ ସରଞ୍ଜାମ ଜବତ କରିବା ସହ ଥାନାକୁ ଆଣିବା ପରେ ଓଜନ ପରେ ୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ହୋଇଥିଲା । ଅନ୍ୟ ପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନା ରେ ୩୪/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories