www.samajalive.in
Saturday, December 6, 2025
26.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ; ୬ ଗିରଫ

ସମ୍ବଲପୁର: ସମ୍ବଲପୁରର ଦୁର୍ଗାପାଲି ଅଞ୍ଚଳରେ ରହିଥିବା ଏଫସିଆଇ ଗୋଦାମ ପଛରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ ସମୟରେ ଏଫସିଆଇ ଗୋଦାମ ପଛରେ ନିଛାଟିଆ ସ୍ଥାନରେ କିଛି ବ୍ୟକ୍ତି ଥିବାର ଦେଖି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିଲା। ଚଢ଼ଉ ସମୟରେ ଷ୍ଟେସନପଡ଼ା ନିବାସୀ କାହ୍ନା ବାଗ, ପଲ୍ଲବ ବାଗ, ଦୁର୍ଗାପାଲି ନିବାସୀ ସରୋଜ ଧରୁଆ, ଉତ୍ତମ ବଗର୍ତ୍ତି, ଦଲଦଲିପଡ଼ା ନିବାସୀ ଶନି ମହାନନ୍ଦ ଓ ପନକାପଡ଼ା ନିବାସୀ ଗଣେଶ ଚୌହାନଙ୍କୁ ପୁଲିସ ଧରିଥିଲା। ସେମାନଙ୍କ ନିକଟରୁ ୩ଟି ଛୁରୀ, ଗୋଟିଏ ଲୁହା ଛଡ, ଗୋଟିଏ ରଶି, ଟର୍ଚ୍ଚ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୁଲିସର ପଚରାଉଚରା ସମୟରେ ସେମାନେ ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଡକାୟତି କରିବାର ଯୋଜନା କରୁଥିବାର କହିଥିଲେ। କ୍ଷେତରାଜପୁର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories