ସିଆରପିଏଫ୍ ଯବାନ ନାମରେ ସାଇବର ଠକାମି ; ଲୁଟିଲେ ୮୩ ହଜାର

ଫୁଲବାଣୀ,ବାଲିଗୁଡା : ସି.ଆର.ପି.ଏଫ ଯବାନ ନାଁରେ ସାଇବର ଠକାମୀ । ନିଜକୁ ସି.ଆର.ପି.ଏଫ ଯବାନ ପରିଚୟ ଦେଇ ଜଣେ ମାଛ ବ୍ୟବସାୟୀଙ୍କ ଠାରୁ ଶୁଖୁଆ କିଣିବା କହି ସାଇବର ଠକେଇ ହୋଇଥିବା ବାଲିଗୁଡ଼ା ଆଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ନୁଆସାହିର ମାଛ ବ୍ୟବସାୟୀ ଶଙ୍କର ବେହେରା । ଶଙ୍କରଙ୍କ ଠାରୁ ୮୩,୫୦୦ ଟଙ୍କା ସାଇବର ଠକେଇ ହୋଇଥିବା ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଏକ ଅଜଣା ନମ୍ବର ରୁ ପ୍ରଥମେ ଏକ କଲ ଶଙ୍କରଙ୍କୁ ଆସିଥିଲା । କାଶ୍ମୀର ସି.ଆର.ପି.ଏଫ କ୍ୟାମ୍ପ ରୁ ଅନିଲ କୁମାର କହୁଛି ବୋଲି କହିଥିଲେ ସାଇବର ଲୁଟେରା । ଶଙ୍କରଙ୍କ ଠାରୁ ଚିଙ୍ଗୁଡ଼ି ୫କିଲୋ ପାର।ଇ ଶୁଖୁଆ ୧୦ କିଲୋ କିଣିବାକୁ କହି ଫୋନ ପେ ନମ୍ବର ରେ ୪୫୦୦ ଟଙ୍କା ପ୍ରଥମେ ପଠେଇଥିଲା । ପରିବାର ଲୋକେ ଆସି ମାଗିଲେ ଶୁଖୁଆ ତାଙ୍କୁ ଦେବାକୁ କହିଥିଲା ।  କିନ୍ତୁ ମାଛ ବ୍ୟବସାୟୀ ଶଙ୍କର ଟଙ୍କା ଆସିନି କହିବାରୁ ଲିଙ୍କ ସ୍ଲୋ ଅଛି କହି ଏକ ନୋଟିଫିକେସନ ଆସିଲେ କ୍ଲିକ କରିବାକୁ କହିଥିଲେ ଲୁଟେରା । ପରେ ଶଙ୍କରକୁ ଏକ ନୋଟିଫିକେସନ ସେଣ୍ଡ କରିଥିଲା ସାଇବର ଠକ । ଯେଉଁ ନୋଟିଫିକେସନ କୁ ଶଙ୍କର ନିଜ ଫୋନ ପେ ରେ କ୍ଲିକ କରୁ କରୁ ଚାରି ଥରରେ ୮୩୫୦୦ ଟଙ୍କା ନିଜ ଆକାଉଣ୍ଟ ରୁ କଟି ଯାଇଥିଲା । ତେବେ ବାଲିଗୁଡା ସିଆରପିଏଫ୍ କ୍ୟାମ୍ପରୁ ମାଛ ଶଙ୍କରଙ୍କ ଠାରୁ ଯାଉଥିବା ରୁ ସେ ପ୍ରଥମେ ବିଶ୍ୱାସ କରିଥିବା କହିଛନ୍ତି । ଟଙ୍କା ନିଜ ଆକାଉଣ୍ଟ ରୁ କଟିଯିବା ପରେ ସାଇବର ଠକାମୀର ଶିକାର ହୋଇଥିବା ଜାଣି ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିଗୁଡା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି । ଏହି ଘଟଣା ବାଲିଗୁଡ଼ା ସମେତ ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି।

Comments are closed.