www.samajalive.in
Friday, December 5, 2025
26.1 C
Bhubaneswar

ନିଜ ପାଇଁ ନିଜେ ଖୋଳିଲେ କବର; ବୃଦ୍ଧ ଦମ୍ପତିଙ୍କ ଚିନ୍ତାଧାରା ସଭିଙ୍କୁ କରିଛି ଚକିତ

ଗଜପତି: ମିଛ ମାୟା ସଂସାରରେ ଜନ୍ମ ମୃତ୍ୟୁ ଚୀର ସତ୍ୟ। ମୃତ୍ୟ ଯେ କାହାକୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ। ହେଲେ ମୃତ୍ୟୁ ପୁର୍ବରୁ ଏକ ବୃଦ୍ଧ ଦମ୍ପତି ନିଜ ପାଇଁ କବର ଖୋଳି ସାଇତି ରଖିଛନ୍ତି । ଜୀବନ ଯୁଦ୍ଧରେ ସଂଗ୍ରାମ କରି ଆସୁଥିବା ବୃଦ୍ଧ ଦମ୍ପତି ମରିବା ପରେ ଏହି କବର ତଳେ ତାଙ୍କ ଶେଷ ଠିକଣାକୁ ବାଛି ନେଇଛନ୍ତି । ଏ କଥା ଅଡୁଆ ଲାଗୁଥିଲେ ମଧ୍ୟ ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରୀ ଗାଁରେ। ବୟସର ଶେଷ ପାହାଚରେ ପାଦ ଥାପିଥିବା ଏକ ବୃଦ୍ଧ ଦମ୍ପତି ଏବେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ବ୍ୟକ୍ତି ଜଣଙ୍କ ପେସାରେ ଜଣେ ସମାଜସେବୀ ହୋଇଥିଲେ ମଧ୍ୟ ବଞ୍ଚି ଥାଉ ଥାଉ ନିଜ ପାଇଁ ଓ ନିଜ ପତ୍ନୀ ପାଇଁ ଅତି ସୁନ୍ଦର କାରୁକାର୍ଯ୍ୟରେ ତୋଳି ଦେଇଛନ୍ତି କବରଟିଏ ।

ଗଜପତି ଜିଲ୍ଲା ନୁଆଁଗଡ ବ୍ଲକ ଲୁହାଙ୍ଗର ପଞ୍ଚାୟତର ସୌରୀ ଗ୍ରାମରେ କେଉଁ ପୂର୍ବ ପୁରୁଷରୁ ବସବାସ କରିଆସୁଥିବା ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କ ଅଦ୍ଭୁତ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି । ଲକ୍ଷ୍ମଣଙ୍କୁ ୮୦ ବର୍ଷ ଛୁଇଲାଣି ଏବଂ ତାଙ୍କ ପତ୍ନୀଙ୍କ ବୟସ ୭୦ ଟପିଲାଣି । ତଥାପି ଜୀବନ ଯୁଦ୍ଧରେ ହାର ନ ମାନି ଚଳାଇ ଆସୁଛନ୍ତି ତେଲ ଲୁଣର ସଂସାର । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥି୍ଲେ ମଧ୍ୟ ବୟସର ଅପରାହ୍ନରେ କେହି ପଚାରୁନଥିବା ଯୋଗୁ ନିଜ ପାଇଁ କେବେ ହାର ମାନିନାହାନ୍ତି । ଦୁଇ ପୁଅ ପରମ ଭୁୟାଁ, ପବିତ୍ର ଭୂୟାଁ ଏବଂ ଗୋଟିଏ ଝିଅ ମାଳତୀ ରଇତଙ୍କ ବିବାହ ପରେ ନିଜ ଘରେ କେବଳ ପତ୍ନୀଙ୍କ ସହ ରହୁଛନ୍ତି ଲକ୍ଷ୍ମଣ । ପୁଅ, ଝିଅ ସମସ୍ତେ ବିଭିନ୍ନ କର୍ମ ଯଞ୍ଜାଳରେ ଘର ଛାଡ଼ି ବାହାରେ ରହୁଛନ୍ତି । ପରିଣତ ବୟସରେ ବୃଦ୍ଧ ବାପା-ମାଆଙ୍କ ସେବା କରିବା ପାଇଁ ପାଖରେ କେହି ରହୁନଥିବା ଯୋଗୁ ଘରେ କେବଳ ଏହି ବୃଦ୍ଧ ଦମ୍ପତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଉଭୟେ ମରିବା ପରେ କାଳେ କିଏ ପଚାରିବେ କି ନାହିଁ, ଏକଥା ଭାବି ନିଜ ପାଇଁ ନିଜେ ନିର୍ମାଣ କରିଛନ୍ତି ଶ୍ମଶାନ । ଜୀବନ ସାରା ବାଡ ପାହାଡ ବଗଡରେ କାମ କରି ଚିଳିଆସୁଥିବା ଲକ୍ଷ୍ମଣ ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ ସିମେଣ୍ଟ, କଂକ୍ରିଟ ଓ ମାର୍ବଲରେ ତିଆରି କରିଛନ୍ତି କବର । ଏଥିପାଇଁ ସେ ନିଜ ଉପାର୍ଜିତ ଧନ, ଧାନ, କାନ୍ଦୁଲ, ଝୁଡୁଙ୍ଗ, କାଜୁ ଓ ଦୁଇଟି ଗାଈ ଆଦି ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି, ତଥାପି ଅଳ୍ପ କିଛି କାମ ବାକି ଅଛି କହିଛନ୍ତି ଲକ୍ଷ୍ମଣ । ଦୁଇଟି କବର ଖୋଳା ଯାଇଛି, ଉପରେ ମନ୍ଦିର ଭଳି ଛାତ ପଡିଛି। ଏଥିସହ ସୁନ୍ଦର ଭାବେ ରଙ୍ଗ କରାଯାଇଥିବା ବେଳେ ଏବେ ରହିଛି ମୃତ୍ୟୁକୁ ଅପେକ୍ଷା। କବର ଢାଙ୍କିବା ପାଇଁ ଦୁଇ ଜଣଙ୍କ ଦୁଇଟି କଂକ୍ରିଟ ପ୍ଲେଟ ମଧ୍ୟ ନିର୍ମାଣ ସରିଛି । କାଳେ ପୁଅ ଝିଅ ପରିବାର ମୃତ୍ୟୁ ପରେ ଶବକୁ ଯତ୍ନ ନନେବେ ସେ ଚିନ୍ତାରେ ମୃତ୍ୟୁ ପୁର୍ବରୁ ଖୋଳିଛନ୍ତି କବର । କବର ସ୍ଥାନର ନିର୍ମାଣ କିଛି ବାକି ଥିବା ବେଳେ ଅର୍ଥ ସାଜିଛି ବାଧକ। ବ୍ୟସ୍ତ ବହୁଳ କର୍ମ ଯଞ୍ଜାଳ ମଧ୍ୟରେ ସମୟ ମିଳିଲେ ଏହି କବର ସ୍ଥାନକୁ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି ଲକ୍ଷ୍ମଣ ତାଙ୍କ ପତ୍ନୀ। କବର ତିଆରି କରିବାରେ ଗ୍ରାମବାସୀଙ୍କୁ ଦୁଇ ବର୍ଷ ତଳେ ଭୋଜିଭାତ ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories