www.samajalive.in
Saturday, December 6, 2025
16.1 C
Bhubaneswar

ତୁମୁଡିବନ୍ଧ ଜଳେଶପଟ୍ଟା ଗସ୍ତରେ ରାଜ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ

ଫୁଲବାଣୀ : ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତୁମୁଡିବନ୍ଧ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସଂସ୍କୃତ କନ୍ୟାଶ୍ରମ ଗସ୍ତ କରିଛନ୍ତି। ମନ୍ତ୍ରୀ ଅପରାହ୍ଣ ସମୟରେ ତୁମୁଡିବନ୍ଧ ଜଲେଶପଟ୍ଟା ଠାରୁ ୮କି.ମି ଦୂର ମୁଣ୍ଡିଗଡ଼ ଗ୍ରାମରେ କରେନ୍ଦ୍ର ମାଝୀଙ୍କ ତତ୍ୱାବଧାନରେ ଶତାଧିକ ବିଜେପି କର୍ମୀ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ପାଛୋଟି ନେଇ କନ୍ୟାଶ୍ରମରେ ପହଞ୍ଚାଇ ଥିଲେ। ପ୍ରଥମେ କନ୍ୟା ଶ୍ରମର ଅନ୍ତେବାସୀ ମାନେ ମନ୍ତ୍ରୀଙ୍କୁ ଫୁଲ ଚନ୍ଦନରେ ବନ୍ଦାପନା କରି ଆଶ୍ରମ ଭିତରକୁ ପଛୋଟୀ ନେଇଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଆତତାୟୀ ମାନେ ନିର୍ମମ ଭାବେ ହତ୍ୟା କରିଥିବା ଗୃହକୁ ଯାଇ ଦେଖିବା ସହ ସ୍ୱାମୀଜୀ ରହୁଥିବା ଗୃହରେ ସ୍ୱାମୀଜୀ ବ୍ୟବହାର କରୁଥିବା କଠଉ, ଆଶାବାଡି, ଗଡୁ ଏଭଳି ସାମଗ୍ରୀକୁ ଆଶ୍ରମ ତରଫରୁ ପ୍ରତିଦିନ ପୂଜା କରୁଥିବା ସ୍ଥାନରେ ମନ୍ତ୍ରୀ କିଛି ସମୟ ପୂଜାର୍ଚ୍ଚନା କରିଥିଲେ।

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

- Advertisement -

ଏହାପରେ ଆଶ୍ରମ ପରିସରରେ ଆୟୋଜନ କରାଯାଇଥିବା ସଭାରେ କିଛି ଉଦବୋଧନ ଦେଇଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜାଲେଶପଟ୍ଟା ଆଶ୍ରମ ପରିଦର୍ଶନ ଓ ପରିଚାଳନା ଦାୟିତ୍ବରେ ଥିବା ସ୍ୱାମୀ ଅଚ୍ୟୁତାନନ୍ଦ ପୁରୀଙ୍କୁ ଭେଟି ଅନ୍ତେବାସୀ ଛାତ୍ରୀ ମାନଙ୍କ କଥା ବୁଝିଥିଲେ। ଦଳୀୟ କର୍ମୀଙ୍କ ସହିତ ଆଗାମୀ ଦିନରେ ଥିବା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ। ବିଭାଗୀୟ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଯୋଗାଣ ବିଭାଗର ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ। ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ସମେତ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ,ବାଲିଗୁଡ଼ା ସାଂସଦ ପ୍ରତିନିଧି ଟୁନା ସାହୁ ଏବଂ ସମସ୍ତ ଦଳୀୟ ନେତା ଓ ବିଜେପି ବରିଷ୍ଠ କର୍ମୀ ନେତ୍ର ମାନସେଠ, ଯୁବମୋର୍ଚ୍ଛା ସଭାପତି ଶଙ୍କର ବଡ଼ନାୟକ, ଶ୍ରୀରାମ ବାରିକ, ସୋନୁ ପଣ୍ଡା, ବାବୁଲୁ ବିଶ୍ୱାଳ ଏନେକ ଯୁବକ ଗୋଷ୍ଠି ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ ସ୍ଥାନୀୟ ଥାନା ଅଧିକାରୀ ଆଶୁତୋଷ ଜେନା କଡାକଡି କରିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଭାଜପା ମଣ୍ଡଳରେ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories