www.samajalive.in
Monday, December 8, 2025
27.1 C
Bhubaneswar

ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ମାଓ ପ୍ରବଣ ଅଞ୍ଚଳରେ ପୁଲିସର ଫ୍ଲାଗମାର୍ଚ୍ଚ

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ପୁଲିସ ଥାନା ପକ୍ଷରୁ ଗାଁ ଗାଁରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଥିବା ବେଳେ ଅନୁରୂପ ଭାବରେ ଜିଲାର ଫିରିଙ୍ଗିଆ ଏବଂ ଗୋଛାପଡ଼ା ପୁଲିସ ଦ୍ୱାରା ମଧ୍ୟ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଫିରିଙ୍ଗିଆ ଥାନା ଅଧୀନରେ ଥିବା ସାଡୀଙ୍ଗିଆ ଅଞ୍ଚଳଟି ମାଓ ପ୍ରଭାବିତ ଓ ସମ୍ବେଦନଶିଳ ଅଞ୍ଚଳ ହୋଇ ଥିବାରୁ ଫିରିଙ୍ଗିଆ ପୁଲିସ ପ୍ରଥମେ ଏହି ସାଡୀଙ୍ଗିଆ ଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଫ୍ଲାଗମାର୍ଚ୍ଚରେ ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ସହ ଏସଏଇ ପ୍ରମୋଦ କୁମାର ବେହେରା ଓ ସାଡୀଙ୍ଗିଆ କଟାପାଙ୍ଗା ଠାରେ ଥିବା ୯୯ ବାଟାଲିୟନର ବିଏସଏଫ ଯବାନ ସାମିଲ ଥିଲେ।
ସୂଚନା ଯୋଗ୍ୟଯେ ଗତ ସାଧାରଣ ନିର୍ବାଚନ ସମୟରେ ଏହି ସାଡୀଙ୍ଗିଆ ଅଞ୍ଚଳରେ ଲାଲବାହିନୀ ପୋଲିଙ୍ଗ ଗାଡିକୁ ପୋଡି ଦେବା ସହ ବିଭିନ୍ନ ପ୍ରକାର ହିଂସାତ୍ମକ ଘଟଣା ଘଟାଇଥିଲେ। ଏହାସହ କିଛି ମାସ ତଳେ ଏହି ଅଞ୍ଚଳରେ ଥିବା ସୁମେରୁବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଲାଲବାହିନୀ ଘରୁ ଡ଼ାକିନେଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ କିଛିଦିନ ତଳେ ସାଡୀଙ୍ଗିଆ ଅଞ୍ଚଳରେ ବିଭିନ୍ନ ଜାଗାରେ ପୋଷ୍ଟର ମାରି ଲାଲବାହିନୀ ନିଜର ସ୍ଥିତି ମଧ୍ୟ ଜାହିର କରିଥିଲେ। ରବିବାର ଅନୁଷ୍ଠିତ ହୋଇଥିବା ଏହି ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ପୁଲିସ ନିଜର ଉପସ୍ଥିତି ଜାହିର କରିଵା ସହ ଅଞ୍ଚଳର ଜନ ସାଧାରଣ ପୁଲିସକୁ ସାହାଯ୍ୟ କରିବା ପାଇଁ ଥାନା ଅଧିକାରୀ ଜନ ସାଧାରଣଙ୍କୁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଅନୁରୋଧ କରିଥିଲ। ସେହିଭଳି ଗୋଛାପଡ଼ା ପୁଲିସ୍ ଓ ବିଏସ୍ଏଫ୍ ଯବାନ ମାନଙ୍କ ଦ୍ୱାରା ଏହି ଥାନା ଅନ୍ତର୍ଗତ ଗୋଛାପଡ଼ା ସମେତ ବିିଭନ୍ନ ଅଞ୍ଚଳରେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଗମାର୍ଚ୍ଚ ଆରମ୍ଭ କରିଥିବା ବେଳେ ଏହା ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କନ୍ଧମାଳ ଏସ୍.ପି ସୁଭେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories