www.samajalive.in
Saturday, December 6, 2025
23.1 C
Bhubaneswar

ଯୁବ ଉଦ୍ୟୋଗୀଙ୍କୁ ଆଇଟିଡିଏ ତରଫରୁ ପ୍ରୋତ୍ସାହନ

ଫୁଲବାଣୀ: ଫୁଲବାଣୀ ଆଇଟିଡିଏ ତରଫରୁ ସାଇତିଙ୍ଗିଆ ଗ୍ରାମର କବିରାଜ କହ୍ନରଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ୧ ଲକ୍ଷ ଟଙ୍କା ଦେଇ ଜଣେ ସଫଳ ଯୁବ ଉଦ୍ୟୋଗୀ ରୂପେ ଚୟନ କରାଯାଇଛି। ସେ ମଧ୍ୟ ନିଜ ତରଫରୁ ୨୦ ପ୍ରତିଶତ ପୁଞ୍ଜି ନିବେଶ କରି ଗୋଟେ ମାରୁତି ସୁଜ଼ୁକୀ ଗାଡି ଆଣି ନିଜର ଜୀବନ ଜୀବିକା ସହିତ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜ ଅଂଚଳରେ ଜଣାଶୁଣା ହେବା ସହିତ ଅନ୍ୟ ଯୁବକ, ଯୁବତୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ସଫଳ ଉଦ୍ୟମ ପାଇଁ ଆଇଟିଡିଏ ତରଫରୁ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବଣୁଆ, ରଞ୍ଜନ କୁମାର, ପ୍ରୋଗ୍ରାମ ମ୍ୟାନେଜେର ପି. ମୁରଲୀ ମୋହନ , ଏସ ମ୍ ଏସ ଶୁଭଶ୍ରୀ ମହାନ୍ତି, ଗୁପ୍ତ ଖିଲ ଏବଂ ଜୀବିକା ବିଶେଷଜ୍ଞ ଉମାକାନ୍ତ ସାହୁ, ସଦାଶିବ ଚୌଧୁରୀ, ଶ୍ରୀପତି ପାତ୍ର ଏବଂ ସ୍ଵାତି ପ୍ରୋଗ୍ରାମ ମ୍ୟାନେଜେର ପ୍ରଦୀପ କୁମାର ସ୍ୱାଇଁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories