www.samajalive.in
Monday, December 8, 2025
27.1 C
Bhubaneswar

ସିକ୍କିମ, ଅରୁଣାଚଳ ବିଧାନସଭା ନିର୍ବାଚନ: ଜୁନ ୨କୁ ବଦଳିଲା ଭୋଟଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିସନ (ଇସିଆଇ) ପକ୍ଷରୁ ଶନିବାର ଲୋକସଭା ସମେତ ୪ ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୯ରୁ ଏକାଧିକ ପର୍ଯ୍ୟାୟରେ ଆରମ୍ଭ ହେଉଥିବା ମତଦାନ ପ୍ରକ୍ରିୟା ଜୁନ ୧ ପର୍ଯ୍ୟନ୍ତ ଚାଲୁଥିବାବେଳେ ଜୁନ ୪ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନର ଭୋଟଗଣତି ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଇସିଆଇ ପକ୍ଷରୁ ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଗଣତି ତାରିଖ ଜୁନ ୪ ପରିବର୍ତ୍ତେ ଜୁନ ୨କୁ ପରିବର୍ତ୍ତନ କରାଯାଇଛି। ସିକ୍କିମ ଓ ଅରୁଣାଚଳ ଲୋକସଭା ଆସନର ଫଳାଫଳ ପୂର୍ବଭଳି ଜୁନ ୪ରେ ଘୋଷଣା କରାଯିବ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି। ଇସିଆଇଙ୍କ କହିବା ଅନୁଯାୟୀ ସିକ୍କିମ ଓ ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ ୨ ସୁଦ୍ଧା ପୂରିଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories