ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ପୁଲିସର କଡା ସୁରକ୍ଷା ଓ ମାଫିଆ ମାନେ ରିତିମତ ଭାବରେ ଧରାପଡି ଜେଲ ଯାଉଥିବା ସତ୍ୱେ ଅଞ୍ଚଳରୁ ଗଞ୍ଜେଇ କାରବାର ଥମିବାର ନା ଧରୁନି। ଗୋଛାପଡା ପୁଲିସକୁ ମିଳିଛି ଏକ ବଡ଼ଧରଣର ସଫଳତା। ଏକା ସାଙ୍ଗରେ ପୁଲିସ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।
ଶୁକ୍ରବାର ବିଶେଷ ସୂତ୍ରରୁ ଗୋଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ପାଲଚିଗାଁ ନିକଟରେ ଥିବା ପାହାଡ଼ ଉପରେ ଥିବା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ପୁଲିସକୁ ସୂଚନା ମିଳିଥିଲା। ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ। ପୁଲିସର ଚଢ଼ାଉ କରିବାର ଆଗୁଆ ସୂଚନା ପାଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପ୍ରାୟ ୩୨ଟି ବସ୍ତାରେ ରଖାଯାଇଥିବା ୮ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରିଥିଲା। ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୨୯/୨୪ରେ ଏକା ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରା ଯିବ ବୋଲି ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି।
୮ କୁଇଣ୍ଟାଲ ଗଞ୍ଜେଇ ଜବତ ; ଗଞ୍ଜେଇ ଛାଡି ମାଫିଆ ଫେରାର
Popular Categories



