www.samajalive.in
Saturday, December 6, 2025
14.1 C
Bhubaneswar

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଭୁବନେଶ୍ୱର ଡ଼େପୁଟି ମେୟର

ଫୁଲବାଣୀ : ମଙ୍ଗଳବାର ୫-ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳର ଝିଅ ତଥା ଭୁବନେଶ୍ୱର ଡ଼େପୁଟି ମେୟର ମଂଜୁଲତା କହଁର। ଡ଼ିମିରିଖୋଲ ଗ୍ରାମବାସୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଦାବିପତ୍ରକୁ ୫-ଟିଙ୍କ ପାଖରେ ପହଞ୍ଚାଇଛନ୍ତି ଡ଼େପୁଟି ମେୟର।
କନ୍ଧମାଳ ଜିଲା ଖଜୁରିପଡ଼ା ପଂଚାୟତର ଡ଼ିମିରିଖୋଲ ଗ୍ରାମର କିଛି ବାସିନ୍ଦା ମଧ୍ୟ ସାକ୍ଷାତ ବେଳେ ସାମିଲ୍ ହୋଇଥିଲେ। ୫-ଟି ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଦାବିପତ୍ରରେ, ଡ଼ିମରିଖୋଲ ଗ୍ରାମର ସହିଦ ଯବାନ ସଂଜିବ କୁମାର ସାହୁ ଗତ ୨୦୦୫ ମସିହା ଅକ୍ଟୋବର ୨୦ ତାରିଖରେ ଜମ୍ମୁ-କାଶ୍ମୀର ଉଦୀପୁରରେ କାର୍ଯ୍ୟରତ ଥିବା ସମୟରେ ସହିଦ୍ ହୋଇଥିଲେ। ପରବର୍ତ୍ତି ସମୟରେ ରାଜ୍ୟ ସରକାର ଗ୍ରାମର ରାସ୍ତାକୁ ସହିଦ୍ ସଂଜିବ ମାର୍ଗ ନାମରେ ନାମିତ କରିବା ସହିତ ସହିଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ତେବେ ଆଜକୁ ୧୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ନାହିଁ କିମ୍ବା ଫଳକଟିଏ ଲାଗି ପାରିଲା ନାହିଁ ବୋଲି ଅଞ୍ଚଳବାସୀ ଉକ୍ତ ଦାବିପତ୍ରରେ ଦର୍ଶାଇଛନ୍ତି। ଏଭଳି ସ୍ଥଳେ ଗ୍ରାମବାସୀଙ୍କ ଅନୁରୋଧ ପ୍ରକାରେ , ସହିଦ ମାର୍ଗର ଉନ୍ନତି କରଣ କରିବା ସହିତ ସହିଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଡ଼ିରିଖୋଲ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି। ଦାବିପତ୍ର ୫-ଟି ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିବା ଓ ସେ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଡ଼ିମିରିଖୋଲର ବହୁ ଗ୍ରାମବାସୀ ବୃନ୍ଦ ମଧ୍ୟ ଉଭୟ ୫-ଟି ଅଧ୍ୟକ୍ଷ ଏବଂ ଡ଼େପୁଟି ମେୟରଙ୍କୁ ସାଧୁବାଦ ଜଣାଇବା ସହିତ ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories