www.samajalive.in
Saturday, December 6, 2025
14.1 C
Bhubaneswar

ଏକାମ୍ର ଉତ୍ସବ: ନୃତ୍ୟରେ ଓଡ଼ିଶା ଇତିହାସ-ରୂପାନ୍ତରଣ

ଭୁବନେଶ୍ୱର: ଖୁସି ହେଲା ଦ୍ୱିଗୁଣିତା ଶୀତୁଆ ସନ୍ଧ୍ୟାରେ ନୃତ୍ୟ-ସଙ୍ଗୀତ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଏହାସହିତ ହାସ୍ୟ ଅଭିନେତାଙ୍କ ନାଟକ ଆଉ ମଞ୍ଚରେ ବରିଷ୍ଠ କଳାକାର ଓ ଶିଳ୍ପୀଙ୍କୁ ସମ୍ବର୍ଦ୍ଧନାରେ ପୂରି ଉଠିଥିଲା ପରିବେଶ । ଏଭଳି ଅବକାଶ ଜୁଟାଇଥିଲା ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟା ‘ଭାଷା ହିଁ ଭବିଷ୍ୟତ’ । ଏହାକୁ ନେଇ ନୃତ୍ୟ ସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା । ମୁଖ୍ୟ ଆକର୍ଷଣ ସାଜିଥିଲା ବୁଢାବୁଢୀ ନାଟକ । ନାଟକ ମାଧ୍ୟମରେ ମାତୃଭାଷାକୁ ନେଇ ଏଖ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା । ବିଭିନ୍ନ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ଓଡ଼ିଶାର ଇତିହାସକୁ ନେଇ ରୂପାନ୍ତରଣ ଚିତ୍ର ଦେଖିବାକୁ ମିଳିଥିଲା । ପରେ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ ।


ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ହସ୍ତଶିଳ୍ପ ବୟନ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ରୀତା ସାହୁ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‍, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କଳା କ୍ଷେତ୍ରରେ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories