www.samajalive.in
Monday, December 15, 2025
26.1 C
Bhubaneswar

୬ମାସ ମଧ୍ୟରେ ଗଡ଼ିବ ଜୈବ ଇନ୍ଧନ ଗାଡ଼ି !

ନୂଆଦିଲ୍ଲୀ: ଅଟୋମୋବାଇଲ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ଇଥାନ ଅଏଲ ବା ଜୈବ ଇନ୍ଧନରେ ଗଡ଼ିବ ଗାଡ଼ି । ଏନେଇ ୬ମାସ ମଧ୍ୟରେ ଯାନ ପ୍ରସ୍ତୁତ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପରାମର୍ଶ ଦେଇଛନ୍ତି । ଅଟୋ କମ୍ପାନୀମାନଙ୍କୁ ନିତିନ ଏହି ପରାମର୍ଶ ଦେଇଥିବା ବେଳେ ଖୁବଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଅଟୋ କମ୍ପାନୀମାନଙ୍କୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ପରାମର୍ଶ । ୬ ମାସ ମଧ୍ୟରେ ଇଥାନ ଅଏଲ ବା (ଜୈବ ଇନ୍ଧନ) ଯାନ ତିଆରି କରିବାକୁ ପରାମର୍ଶ ଦେଲେ ନିତିନ ଗଡକରୀ । ଏନେଇ ଗତକାଲି ନିତିନ ଜୈବ ଇନ୍ଧନ ଯାନ ଓ ବୈଦ୍ୟୁତିକ ଯାନ ତିଆରି କରିବାକୁ କହିଛନ୍ତି । ଏହାକୁ ଛଅ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିବା ବେଳେ, ଗାଡ଼ିଗୁଡ଼ିକ ଯେପରି ଡୁଆଲ୍ ଇନ୍ଧନରେ ଚାଲିପାରିବ ସେନେଇ ଧ୍ୟାନ ଦେବାକୁ କହିଛନ୍ତି ନିତିନ ।

- Advertisement -

 

ଏହି ଯାନ ଦ୍ୱାରା ପ୍ରଦୂଷଣ ରୋକାଯାଇପାରିବ । ଏହା ଛଡ଼ା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ କହିଛନ୍ତି, ଏହି ପରିବର୍ତ୍ତନ ଭାରତର ପେଟ୍ରୋଲିୟମ ଆମଦାନୀକୁ  ବଦଳାଇବାରେ ସାହାଯ୍ୟ କରିବ ଏବଂ ଚାଷୀଙ୍କୁ ସିଧାସଳଖ ଉପକୃତ କରିବ । ଟୁଇଟ୍‍ କରି ନିତିନ ଆହୁରି ମଧ୍ୟ କହିଛନ୍ତି ଏହି ଯାନ ଗୁଡ଼ିକ ଜୈବ ଇନ୍ଧନ ଓ ବୈଦ୍ୟୁତିକ ପ୍ରଯୁକ୍ତିବିଦ୍ୟା ଉପରେ ଚାଲିପାରିବ । ଏହାକୁ ନେଇ ମଧ୍ୟ ଆତ୍ମନିର୍ଭର ଭାରତ ହୋଇପାରିବ । ଯାହା ପ୍ରଧାନମନ୍ତ୍ରୀ ଆଗରୁ କହି ଆସୁଛନ୍ତି । ଏହା ସହ ସରକାର ଇନ୍ଧନ ବ୍ୟବହାରକୁ ନେଇ ବିଭିନ୍ନ ବିକଳ୍ପ ଖୋଜୁଛନ୍ତି । ଆଗାମୀ ଦିନରେ ସରକାର ଏଥିପାଇଁ ରୋଡ୍‍ ପ୍ରସ୍ତୁତ କରୁଥିବା ନିତିନ କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories