ପଦ୍ମଶ୍ରୀ ଡଃ କିରଣ ସେଠଙ୍କ ସାଇକେଲ ଯାତ୍ରା ; ଆଠଗଡରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଆଠଗଡ : ବିଦ୍ୟାର୍ଥୀ ଓ ଯୁବପୀଢିଙ୍କ ମଧ୍ୟରେ ଭାରତୀୟ କଳା, ସଂସ୍କୃତି, ଲୋକକଳା, ଶାସ୍ତ୍ରୀୟ ସଂଗୀତ, ଭାସ୍କର୍ଯ୍ୟ ଓ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ତଥା ଆକର୍ଷିତ କରିବା ଏବଂ ପରିବେଶ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ସ୍ପିକ୍ ମ୍ୟାକେ ଅନୁଷ୍ଠାନର ପ୍ରତିଷ୍ଠାତା ପଦ୍ମଶ୍ରୀ ଡଃ କିରଣ ସେଠ୍ ଗୁଜୁରାଟର ସାବରମତି ଆଶ୍ରମରୁ ଆରମ୍ଭ କରିଥିବା ସାଇକେଲ ଯାତ୍ରା ଶନିବାର ଅପରାହ୍ନରେ ଆଠଗଡରେ ପହଞ୍ଚିଥିଲେ । ଆଠଗଡରେ ପହଞ୍ଚିବା ପରେ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି
ଦିଲ୍ଲୀ ଆଇଆଇଟିର ପ୍ରାକ୍ତନ ପ୍ରଫେସର ୭୪ବର୍ଷ ବୟସ୍କ ଡଃ ସେଠ୍ ଗତ ୨୦୨୨ ଅଗଷ୍ଟ ୧୫ତାରିଖରୁ କାଶ୍ମୀରରୁ ତାଙ୍କ ଯାତ୍ରା ଆରମ୍ଭ କରି ସେହି ବର୍ଷ ଡିସେମ୍ବର ୩୧ରେ କନ୍ୟାକୁମାରୀଠାରେ ପହଞ୍ଚିଥିଲେ । ୨ୟ ପର୍ଯ୍ୟାୟରେ ଦିଲ୍ଲୀର ରାଜଘାଟ ଠାରୁ ବାହାରି ଗୁଜୁରାଟର ସାବରମତି ଆଶ୍ରମରେ ପହଞ୍ଚି ସେଠାରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ଓ ଓଡିଶା ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଆଠଗଡ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇ ଡଃ ସେଠ୍ ତାଙ୍କର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀ ଓ ଯୁବପୀଢି ପାଶ୍ଚାତ୍ୟମୁହାଁ ନହୋଇ ଭାରତର ସମୃଦ୍ଧ କଳା, ଲୋକକଳା, ସଂସ୍କୃତିକୁ ଆଦର କରନ୍ତୁ ଏବଂ ପରିବେଶ ସୁରକ୍ଷା ସହିତ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ସାଇକେଲ ଚାଳନା ସହ ଯୋଗ, ପ୍ରାଣାୟାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକ ପାର୍ଥସାରଥୀ ପଟ୍ଟନାୟକଙ୍କ ସଂଯୋଜନାରେ ଏବଂ ସୁଧିର ରଞ୍ଜନ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ, ଡେପୁଟି କଲେକ୍ଟର ତଥା ଏନଏସି ନିର୍ବାହୀ ଅଧିକାରୀ ଦିପ୍ତୀମୟୀ ବେହେରା, ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପ୍ରମୁଖ ଡଃ ସେଠ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଯେପରି ମହତ୍ ଉଦ୍ଦେଶ୍ୟ ନେଇ ୭୪ବର୍ଷ ବୟସରେ ହଜାର ହଜାର କିମି ସାଇକେଲ ଚାଳନା କରି ଆସିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ଓ ପ୍ରେରଣା ଦାୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ପିକ୍ ମ୍ୟାକ୍ ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ସଂଯୋଜକ ସିଦ୍ଧେଶ୍ୱର ନାୟକ ଓ ସଂଯୋଜକ ନବ କିଶୋର ବେହୁରା ଅନୁଷ୍ଠାନ ପ୍ରତିଷ୍ଠାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଆଠଗଡ ସାମ୍ବାଦିକ ସଂଘର ସଭାପତି ଅର୍ଦ୍ଧେନ୍ଦୁ ମହାନ୍ତି, ସଂପାଦକ ବିଭୂତି ଭୂଷଣ ଖଟୁଆ, ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ସମେତ ଅନ୍ୟ ସଦସ୍ୟ, ଆଠଗଡ ଓକିଲ ସଂଘର ସଂପାଦକ ବନବିହାରୀ ସାହୁ ଓ ଅନ୍ୟ ସଦସ୍ୟ, ଆଠଗଡ କିକ୍ ବକ୍ସିଂ ଆସୋସିଏସନର ସଭାପତି ରୁଦ୍ରଚରଣ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା, ଜଷ୍ଟ ଫର ୟୁ ସେବା ସଂଘର ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଭଞ୍ଜ ଓ ସଭାପତି ସୁଧାଂଶୁ ଶେଖର ସାହୁଙ୍କ ସମେତ ଅନ୍ୟ ସଦସ୍ୟ, ସ୍କାଉଟ୍ସ ପକ୍ଷରୁ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ଓ ଶଶଧର ମହାରଣା, ବାଣୀକଣ୍ଠନଗର ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି କର୍ମକର୍ତ୍ତା ଓ ଶିକ୍ଷକ, ଗ୍ରାଜୁଏଟ୍ସ କ୍ଲବର କର୍ମକର୍ତ୍ତା ପ୍ରମୋଦ କୁମାର ଜେନା, ଅଶୋକ ପ୍ରଧାନ ଓ ଅଜୟ ପଟ୍ଟନାୟକ, ଗୋପବନ୍ଧୁ ବିଜ୍ଞାନ କଲେଜ ରେଡକ୍ରସ ପକ୍ଷରୁ ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ ଓ ଅଧ୍ୟାପକ ଡଃ ଦିବ୍ୟଶକ୍ତି ସାମନ୍ତରାୟ ପ୍ରମୁଖ ଡଃ ସେଠ୍ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆସନ୍ତା କାଲି ଡଃ ସେଠ୍ ଏଠାରୁ ଭୁବନେଶ୍ୱର ଅଭିମୁଖେ ତାଙ୍କର ସାଇକେଲ ଯାତ୍ରା ଆରମ୍ଭ କରିବେ। ଶେଷରେ ସାମ୍ବାଦିକ ଯଶୋବନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.