www.samajalive.in
Sunday, December 14, 2025
19.1 C
Bhubaneswar

ଜଙ୍ଗଲ କୃଷି ଚାଷୀ, ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପ୍ରଦିପ ଅମାତ

ବୌଦ୍ଧ : ବୀରନରସିଂହପୁର ସ୍ଥିତ ନର୍ସରୀ ଠାରେ ଜଙ୍ଗଲ କୃଷି ଚାଷୀଙ୍କୁ ଅର୍ଥ ରାଶି ବଣ୍ଟନ ଏବଂ ବନ କର୍ମଚାରୀଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସମ୍ବଦ୍ଧିତ କରିଛନ୍ତି। ଏହି ଉଦେଶ୍ୟରେ ଏକ ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଗଛ ଲଗାଇଥିବା ଚାଷୀ , ଅଧିକାରୀ ଓ କର୍ମଚାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବନ୍ୟ ଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିବାରୁ ନିଜ ନିଜ ଦାୟିତ୍ୱବୋଧ ଉପରେ ସଚେତନ ହୋଇ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ସଫଳ ଚାଷୀ ମାନଙ୍କୁ ପ୍ରାତ୍ସାହନ ଦିଆଯିବା ସହିତ ଚାଷୀ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ଚାରା ଯୋଗାଇ ଦିଆଯାଉଛି ବୋଲି ବକ୍ତବ୍ୟରେ କହିଥିଲେ।

ସଭା ଆରମ୍ଭରେ ବୌଦ୍ଧ ସହକାରୀ ବନସଂରକ୍ଷକ  ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଜିଲାରେ ବନୀକରଣ ପାଇଁ ବିଭିନ୍ନ ବିଭାଗରେ ଭଲ କାମ କରିଥିବା ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା, ଅଧିକାରୀ, କର୍ମଚାରୀମାନଙ୍କୂୁ ସେ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । କେନ୍ଦୁପତ୍ର ବିଭାଗର ଡିଏଫଓ ଅରବିନ୍ଦ ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ ସମାଜିକ ବନୀକରଣ ଉପରେ ଗୁରୁତ୍ୱ ଦେବା ସହିତ ଅଧିକ ସଂଖ୍ୟାରେ ଗଛ ଲଗାଇବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବୌଦ୍ଧ, କଂଟାମାଳ ଓ ମନମୁଣ୍ଡା କ୍ଷେତ୍ରାଞ୍ଚଳରେ ଅର୍ନ୍ତଭୁକ୍ତ ହୋଇଥିବା ଜଙ୍ଗଲ କୃଷି ଚାଷୀମାନଙ୍କ ଏକ ପ୍ରାମାଣିକ ଚଳଚିତ୍ର କାର୍ଯ୍ୟକ୍ରମ ପାୱାର ପଏଣ୍ଟ ମାଧ୍ୟରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ବନ ସୁରକ୍ଷା ସମିତିର ସଭ୍ୟ ହରପ୍ରସାଦ ପଣ୍ଡା, ପାଣ୍ଡୁ ଭୋଈ, ସୌମ୍ୟରଂଜନ ପଟନାୟକ, କୃଷ୍ଣଚନ୍ଦ୍ର ରଣା, ପିତାମ୍ବର ଭୋଇ , ପରକ୍ଷିତ ଭୋଇ, ନିହାର ରଂଜନ ବସ୍ତିଆ, ପ୍ରମୋଦ ମଲିକ, ଶ୍ରୀକାନ୍ତ ବେହରାଙ୍କୁ ସମୁଦାୟ ୨ ଲକ୍ଷ ୯୫ ହଜାର ୩୨୦ ଟଙ୍କା ଅର୍ଥ ରାଶି ବଣ୍ଟନ କରାଯାଇଥିଲା ଏବଂ ପରବର୍ତ୍ତି ପର୍ଯ୍ୟାୟରେ ପିପିପି ମୋଡରେ ବକେୟା ଅର୍ଥ ରାଶି ସମୁଦାୟ ୨୦ ଲକ୍ଷ ୯୨ ହଜାର ୬୪ ଟଙ୍କା ପ୍ରଦାନ କରିବାର ଅଛି । ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ସ୍ୱାଧୀନ କୁମାର ସାମଲ , ଗୋବର୍ଦ୍ଧନ ମେହେର ଓ ଫରେଷ୍ଟ ଗାର୍ଡ ରମାକାନ୍ତ ପାଣିଗ୍ରାହୀ , ବେବି ମିଶ୍ର , ରଞିତ କୁମାର ପ୍ରଧାନ ଓ  କନିଷ୍ଠ କିରାଣୀ ରାକେଶ କୁମାର ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ପ୍ରଦିପ କୁମାର ମହାକୁଲଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିବଦତ ଅଗସ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories